ଓଡ଼ିଶାଲାଇଭ୍ ବ୍ୟୁରୋ![covishield vaccine]()
ଆଜି ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା କୋଭିସିଲ୍ଡ। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛି। ଅପରାହଣ ସାଢ଼େ ୪ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ଏହି ଟିକା ପହଞ୍ଚିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର ଏଭଳି ସୂଚନା ଦେଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ ଟିକା ଆସୁଛି। ଟିକା ପହଞ୍ଚିବା ପରେ ଏହାକୁ ରାଜ୍ୟ ଟିକା ଭଣ୍ଡାରକୁ ନିଆଯିବ। ୩ ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ।
ପୂର୍ବରୁ ଜାନୁଆରି ୧୨ରେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୭ ହଜାର ଡୋଜ କୋଭିସିଲ୍ଡ ଟିକା ରାଜ୍ୟରେ ପହଞ୍ଚିଥିଲା। ଏହାକୁ ରାଜ୍ୟ ଟିକା ଭଣ୍ଡାରେ ରଖାଯାଇ ପରେ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା। ଏହାପରେ ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା।
The post ଓଡ଼ିଶାକୁ ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା appeared first on OdishaLIVE.