ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଥରେ କରୋନା ଟିକା ନେବାକୁ ମନା କଲେ, ତା’ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର ଏଭଳି ସୂଚନା ଦେଇଛନ୍ତି। କିଛି ଲୋକ ଟିକା ନେବାକୁ ରାଜି ହେଉନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସୋମବାର ରାଜ୍ୟରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ନେଇଛନ୍ତି। ମଙ୍ଗଳବାର ୧୬ ହଜାର ୨୬୧ ଜଣଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ରାଜ୍ୟରେ ଏଯାଏଁ କାହାଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୭ଟି ସାମାନ୍ୟା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ମାମଲା ଆସିଛି ବୋଲି ସେ କହିଛନ୍ତି।
ସେହିପରି ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଉପଲବ୍ଧ ଅଛି। ଯେତିକି ଟିକା ଆସିଛି ତାହା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୨ଟି ଡୋଜ ହିସାବରେ ପର୍ଯ୍ୟାପ୍ତ କହିଛନ୍ତି ବିଜୟ ପାଣିଗ୍ରାହୀ।
ଓଡ଼ିଶାରେ ୭ ଦିନ ଭିତରେ ୩.୨୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଯୋଜନା ରହିଛି।
The post ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି appeared first on OdishaLIVE.