Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାଲିଠୁ ଗାବା ଟେଷ୍ଟ : ଇତିହାସ ରଚିବ କି ଟିମ୍ ଇଣ୍ଡିଆ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଗାବା ଷ୍ଟାଡିୟମରେ ଗତ ୩୩ ବର୍ଷ ହେଲା କୌଣସି ଟେଷ୍ଟ ହାରିନି ଅଷ୍ଟ୍ରେଲିଆ।

ସିଡନୀରେ ଘମାସନ ଲଢ଼େଇ ପରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଗାବା ଟେଷ୍ଟ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଏବେ ବରାବର ସ୍ଥିତିରେ ଥିବାରୁ ଏହି ମ୍ୟାଚର ଗୁରୁତ୍ୱ ଢ଼େରଗୁଣ ବଢ଼ିଯାଇଛି। ଅନ୍ୟପଟେ ଆହତ ସମସ୍ୟାକୁ ନେଇ ଚିନ୍ତାରେ ଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଇତିହାସ ରଚିବ କି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ୩୩ ବର୍ଷ ଭିତରେ ଅଷ୍ଟ୍ରେଲିଆ ଏହି ମଇଦାନରେ ଟେଷ୍ଟ ହାରିନି। ତେଣୁ ଆହତ ସମସ୍ୟା ଜୁଝୁଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ କଙ୍ଗାରୁ ଦଳକୁ ହରାଇ ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏପଟେ ଏହି ମ୍ୟାଚ୍ ଜିତିଲେ ଦଳ ବର୍ଡର-ଗାଭାସ୍କର ଟ୍ରଫି ଉପରେ ବି କବଜା କରିବ।ଅନ୍ୟପଟେ ଏହି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ କିଏ କିଏ ରହିବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦଳର ଏକାଧିକ ଖେଳାଳି ଆହତ ହୋଇସାରିଥିବାରୁ କିଛି ନୂଆ ଖେଳାଳିଙ୍କୁ ଏହି ମ୍ୟାଚରେ ଦେଖିବାକୁ ମିଳିପାରେ। ବୁମରା, ରିଷଭ ପନ୍ଥ, ଆର ଅଶ୍ୱିନୀ ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ତେଣୁ ଗାବା ଟେଷ୍ଟରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ଓ ଟି ନଟରାଜନ ଖେଳିବା ନେଇ ଅନୁମାନ କରାଯାଉଛି।

ବିଲ୍ ପକୋବସ୍କି ଆହତ ହେବା ପରେ ତାଙ୍କ ବଦଳରେ ମାର୍କ ହାରିସ୍ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ଦଳର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଏହାବାଦ୍ ଅଷ୍ଟ୍ରେଲିଆ ଗାବା ଟେଷ୍ଟ ପାଇଁ ଅନ୍ୟ କୌଣସି ପରିବର୍ତ୍ତନ କରିନପାରେ।

ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚାରି କିମ୍ବା ପାଞ୍ଚଜଣ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ। ମୟଙ୍କ ଅଗ୍ରୱାଲ ଫିଟ୍ ହେଲେ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି। ରୋହିତ ଓ ଗିଲ୍ ଯୋଡ଼ି ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଓପନିଂ ଦାୟିତ୍ୱ ମିଳିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

The post କାଲିଠୁ ଗାବା ଟେଷ୍ଟ : ଇତିହାସ ରଚିବ କି ଟିମ୍ ଇଣ୍ଡିଆ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles