ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ![]()
ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ସେ ଏକ ନୂଆବର୍ଷ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏହି ଚର୍ଚ୍ଚା ପଛର କାରଣ ହେଉଛି ତାଙ୍କର ପାରିଶ୍ରମିକ। କାରଣ ଏହି କାର୍ଯ୍ୟକ୍ରମରେ ମାତ୍ର ୧୫ ମିନିଟ ଲାଗି ଯୋଗ ଦେଇ ଉର୍ବଶୀ ୪ କୋଟି ଟଙ୍କା ନେଇଛନ୍ତି।
ସବୁଠୁ ଖାସ କଥା ହେଉଛି ଯେ ଏଭଳି କାର୍ଯ୍ୟକ୍ରମ ପାଇଁ ବଲିଉଡ ଷ୍ଟାରମାନେ ୨୦ରୁ ୩୦ ଲକ୍ଷ ଟଙ୍କା ନେଇଥାନ୍ତି। କିନ୍ତୁ ଉର୍ବଶୀଙ୍କ ପାରିଶ୍ରମିକ ଶୁଣି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଉର୍ବଶୀ ୨୦୧୩ରେ ବଲିଉଡରେ ଡେବ୍ୟ କରିଥିଲେ ଉର୍ବଶୀ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଦି ଗ୍ରେଟ ସନି ଦେଓଲ’। ପରେ ଜନି, ସନମରେ, ଗ୍ରାଣ୍ଡ ମସ୍ତି, କାବିଲ, ହେଟ ଷ୍ଟୋରି ୪ ଭଳି ଫିଲ୍ମରେ ଦମଦାର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।
The post ୧୫ ମିନିଟ କାର୍ଯ୍ୟକ୍ରମ ପାଇଁ ୪ କୋଟି ନେଇ ଚର୍ଚ୍ଚାରେ ଉର୍ବଶୀ appeared first on OdishaLIVE.