Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ମାଟ୍ରିକ ଛାତ୍ରଛାତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପ୍ରତିଟି ବିଷୟରେ ୮୦ ମାର୍କ ଲେଖାଏଁର ପରୀକ୍ଷା ଦେବେ। ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ। କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା ସମୟରେ ୧୦୦ ମାର୍କରୁ ହିଁ ମାର୍କିଂ କରାଯିବ। ଏନେଇ ରବିବାର ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ପ୍ରତିଟି ବିଷୟରେ ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ପରୀକ୍ଷା ଦେବେ। କିନ୍ତୁ ଖାତା ଦେଖାହେବା ବେଳେ ସେହି ୮୦ ମାର୍କ ଲେଖାର ଆଭରେଜ୍ ଅନୁସାରେ ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ।

ସେହିପରି ବିଦ୍ୟାଳୟ ଓ ଯୁକ୍ତ ଦୁଇ କଲେଜ ହଷ୍ଟେଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଏବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

କରୋନା କଟକଣା ପାଇଁ ରାଜ୍ୟରେ ଦୀର୍ଘ ୯ ମାସ ଧରି ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ପରେ ଜାନୁଆରି ୮ ତାରିଖରୁ ସ୍କୁଲ ଖୋଲିବ। କୋଭିଡ୍ କଟକଣାକୁ ମାନି କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ଶନିବାର କହିଥିଲେ।

The post ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ମାଟ୍ରିକ ଛାତ୍ରଛାତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715