ଓଡ଼ିଶାଲାଇଭ୍ ବ୍ୟୁରୋ
୩୧ ଡିସେମ୍ଵର, ୨୦୨୦
- ଓଡ଼ିଶାରେ ଆଜି ରାତି ୧୦ରୁ କାଲି ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ
- ଟୁଇନ ସିଟିରେ ଆଜି ରାତି ୯ଟାରୁ ୧୪୪ ଧାରା
- କାଲିଠୁ ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ
- ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ
- ମେ’ ୪ରୁ ହେବ ସିବିଏସଇ ବୋର୍ଡ ପରୀକ୍ଷା, ଜୁଲାଇ ୧୫ରେ ଫଳାଫଳ
- ଜାନୁଆରି ୨ରୁ ସବୁ ରାଜ୍ୟରେ ହେବ ଡ୍ରାଏ ରନ୍
- ନୂଆବର୍ଷ ପାଇଁ ଦିଲ୍ଲୀ, ମୁମ୍ବାଇରେ ନାଇଟ୍ କର୍ଫ୍ୟୁ
- ଜାନୁଆରୀ ମାସରୁ ପୂର୍ବତଟ ରେଳବାଇ ପକ୍ଷରୁ ନୂଆ ଛଅଟି ଟ୍ରେନ ଚାଲିବ, ଏଥି ମଧ୍ୟରୁ ଭୁବନେଶ୍ୱରରୁ ଦୁଇଟି। ଭୁବନେଶ୍ୱର – ପୁନେ ଓ ଭୁବନେଶ୍ୱର – ତିରୁପତି
- ଜାନୁଆରୀ ୨ ତାରିଖରେ ସମ୍ବଲପୁର ଆଇଆଇଏମର ନୂଆ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବ୍ରିଟେନରୁ ଫେରିଥିବା ଲୋକଙ୍କ ଭିତରେ କରୋନାର ନୂଆ ଷ୍ଟ୍ରେନ ନାହିଁ କହିଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ
- ବାଲେଶ୍ୱର ଜିଲ୍ଲା ନୀଳଗିରି ଠାରେ ଆକ୍ସିସ ବ୍ୟାଙ୍କ ନିକଟରେ ଦୁର୍ବୃତ୍ତଙ୍କ ଦ୍ଵାରା ଅଢେଇ ଲକ୍ଷ ଟଙ୍କା ଲୁଟ
- କରୋନାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୮୭୦ରେ ପହଞ୍ଚିଲା
- ୭ ତାରିଖରୁ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ
- ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ପାରଦ ଖସିଲା, ୪ ତାରିଖ ପର୍ଯ୍ୟନ୍ତ ଶୀତରୁ ରକ୍ଷା ନାହିଁ କହିଲା ପାଣିପାଗ ବିଭାଗ
The post ଆଜିର ବଡ଼ ଖବର appeared first on OdishaLIVE.