Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆନ୍ଦୋଳନରେ ବାପା, ଚାଷ ସମ୍ଭାଳୁଛି ଝିଅ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ୨୭ରୁ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ମୋଦୀ ସରକାରଙ୍କ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ। ୨୪ ଦିନ ହେଲା ଚାଷୀ ଆନ୍ଦୋଳନରେ ବସି ଥିବାରୁ ବିଲରେ ଚାଷ କାମ ସମ୍ଭାଳୁଛନ୍ତି ଝିଅ। ହରିୟାଣାର ଫତେହାବାଦ ଘାରସୁଲ ଗାଁରେ ଏହାର ଉଦାହରଣ ଦେଖିବାକୁ ମିଳିଛି।

ଘାରସୁଲ ଗାଁର ସତୀଶ କୁମାର ମଣ୍ଡରନା। ଚାଷ ହିଁ ତାଙ୍କର ମୁଖ୍ୟ ଜୀବିକା। କିନ୍ତୁ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ସେ ଓ ତାଙ୍କ ପରିବାର ଅନ୍ୟ ସବୁ ପୁରୁଷ ଦୀର୍ଘ ୨୪ ଦିନ ହେଲା ଘର ଛାଡ଼ି ଦିଲ୍ଲୀ-ହରିୟାଣା ସୀମା ଟିକ୍ରିରେ ଆନ୍ଦୋଳନରେ ବସିଛନ୍ତି। ଏମିତି ସ୍ଥଳରେ ଚାଷ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ତାଙ୍କ ଝିଅ ପ୍ରିୟା। ଫସଲର ଦେଖାଶୁଣା କରିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ମା’।

‘‘ବାପା ଆନ୍ଦୋଳନରେ ବସିଛନ୍ତି। ଏପଟେ ଆମର ଫସଲ ଉଜୁଡ଼ିବାକୁ ବସିଥିଲା। ସେଥିପାଇଁ ମୁଁ ବାପାଙ୍କ କାମ ସମ୍ଭାଳିବାକୁ ଚିନ୍ତା କଲି। ବାପାଙ୍କ ସହିତ ମଝିରେ ମଝିରେ ଭିଡିଓ କଲରେ କଥା ହେଉଛି। ଫୋନ କରି ତାଙ୍କଠୁ କାମ ପଚାରି ବୁଝି ନେଉଛି। ତାଙ୍କ କହିବା ଅନୁସାରେ ବିଲରେ କାମ ଚାଲିଛି’’, କହିଛନ୍ତି ପ୍ରିୟା।

ପ୍ରିୟା ଏବେ ସ୍କୁଲରେ ପାଠ ପଢ଼ୁଛନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁଁ ସ୍କୁଲ ଏବେ ବନ୍ଦ ରହିଛି। ଘରେ ରହି ପାଠ ପଢ଼ୁଥିଲା ବେଳେ ବାକି ସମୟରେ ସେ ଏବେ ବାପାଙ୍କ ଚାଷରେ ହାତ ବଢ଼ାଇଛନ୍ତି।

କେବଳ ହରିୟାଣା ନୁହେଁ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଘରର ପୁରୁଷ ଲୋକ ଆନ୍ଦୋଳନରେ ବସିଥିବାରୁ ମହିଳାମାନେ ଘରୁ ବାହାରି ବିଲରେ ଚାଷ କରୁଥିବା ଦେଖିବାକୁ ମିଳିଛି।

The post ଆନ୍ଦୋଳନରେ ବାପା, ଚାଷ ସମ୍ଭାଳୁଛି ଝିଅ appeared first on OdishaLIVE.


Viewing all articles
Browse latest Browse all 11715

Trending Articles