Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶା କରୋନା ରିପୋର୍ଟ – ୨୪ ଘଣ୍ଟା ଭିତରେ ୩୩୫ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଉ ୩୩୫ ପଜିଟିଭ୍ ଚିହ୍ନଟ
  • ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୩୨୩୧ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୩୩୫ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୪ ଜଣ ଆକ୍ରାନ୍ତ ଆଖି ବୁଜିଥିବାନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଶୁକ୍ରବାର ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ଭିତରୁ ୧୯୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୪୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛନ୍ତି। ସେଥିମଧ୍ୟରୁ ଅନୁଗୁଳରୁ ୨୫ ଜଣ ହୋଇଥିବାବେଳେ ବାଲେଶ୍ୱରରୁ ୨୬, କଟକରୁ ୨୦, ଝାରସୁଗୁଡ଼ାରୁ ୨୫, ଖୋର୍ଦ୍ଧାରୁ ୩୧, ମୟୂରଭଞ୍ଜରୁ ୨୯ ଏବଂ ସୁନ୍ଦରଗଡ଼ରୁ ୫୨ ଜଣ ରହିଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୩ ଲକ୍ଷ ୨୩ ହଜାର ୩୬୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩ ଲକ୍ଷ ୧୮ ହଜାରରୁ ଅଧିକ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୩୨୩୧ ଆକ୍ରାନ୍ତ ସକ୍ରିୟ ଥିବା ନେଇ ରିପୋର୍ଟ ରହିଛି।

The post ଓଡ଼ିଶା କରୋନା ରିପୋର୍ଟ – ୨୪ ଘଣ୍ଟା ଭିତରେ ୩୩୫ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles