Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାୟୁସେନା ପୋଷାକ ପିନ୍ଧି କାହିଁକି ବିବାଦରେ ଅନିଲ କପୁର?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅନିଲ କପୁରଙ୍କ ଆଗାମୀ ସିରିଜକୁ ନେଇ ବିବାଦ
  • ବାୟୁସେନା ଉଠାଇଲା ଆପତ୍ତି
  • ବିବାଦୀୟ ସିନ୍‌ ହଟାଇବାକୁ ନେଟଫ୍ଲିକ୍ସକୁ କହିଲା ବାୟୁସେନା
  • କ୍ଷମା ମାଗିଲେ ଅନିଲ କପୁର

ବଲିଉଡ ଅଭିନେତା ଅନିଲ କପୁର ଏବେ ବିବାଦ ଘେରରେ। ତାଙ୍କର ଆଗାମୀ ନେଟଫ୍ଲିକ୍ସ ସିରିଜ ‘ଏକେ ଭର୍ସେସ ଏକେ’ର ଟ୍ରେଲରକୁ ନେଇ ବିବାଦ ଦେଖାଯାଇଛି। ଏହି ଭିଡିଓକୁ ନେଇ ବାୟୁସେନା ଆପତ୍ତି ଉଠାଇଛି, ଯାହାପରେ ବାୟୁସେନାକୁ କ୍ଷମା ମାଗିଛନ୍ତି ଅନିଲ କପୁର।

ଫିଲ୍ମ ‘ଏକେ ଭର୍ସେସ ଏକେ’ର ସେ ଅନିଲ କପୁର ବାୟୁସେନା ୟୁନିଫର୍ମରେ ନଜର ଆସିଛନ୍ତି। ୟୁନିଫର୍ମ ପିନ୍ଧି ଅନିଲ କପୁର ସାଥୀ ଅଭିନେତା ଅନୁରାଗ କଶ୍ୟପଙ୍କୁ ଅପଶବ୍ଦ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ବାୟୁସେନା ଏହାକୁ ନେଇ ଆପତ୍ତି ଉଠାଇଥିଲା। ଅନିଲ କପୁରଙ୍କୁ ଫିଲ୍ମରୁ ହଟାଇବା ପାଇଁ ବାୟୁସେନା କହିବା ସହିତ ଅନିଲ ଭୁଲ ଢଙ୍ଗରେ ୟୁନିଫର୍ମ ପିନ୍ଧିଥିବା କୁହାଯାଇଥିଲା।

ବାୟୁସେନାର ଏହି ଟୁଇଟ ପରେ ବୁଧବାର ଅନିଲ କପୁର ଟୁଇଟ କରି ବାୟୁସେନାକୁ କ୍ଷମା ମାଗିଥିଲେ। ଅଜାଣତରେ ବୟୁସେନାର ଭାବନାକୁ ଆଘାତ ପହଞ୍ଚାଇଥିବାରୁ କ୍ଷମା ମାଗୁଛନ୍ତି ବୋଲି ସେ ଏକ ଭିଡିଓ ପୋଷ୍ଟ କରି କହିଥିଲେ। ଏହାସହିତ ନେଟଫ୍ଲିକ୍ସ ମଧ୍ୟ ବାୟୁସେନାକୁ କ୍ଷମା ମାଗିଛି। ନିଜର ଅଫିସିଆଲ ଟୁଇଟର ହାଣ୍ଡେଲରୁ ଏକ ବାର୍ତ୍ତା ଦେଇ ନେଟଫ୍ଲିକ୍ସ କହିଛି, ‘‘ଆମର ଉଦ୍ଦେଶ୍ୟ ବାୟୁସେନାକୁ ଆଘାତ ପହଞ୍ଚାଇବା ନଥିଲା। ନେଟଫ୍ଲିକ୍ସ ସର୍ବଦା ଦେଶର ସୁରକ୍ଷାରେ ମୁତୟନ ସୁରକ୍ଷାବଳକୁ ସମ୍ମାନ କରେ’’।

ନେଟଫ୍ଲିକ୍ସର ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟଓ୍ୱାନି। ସିରିଜଟି ଡିସେମ୍ବର ୨୪ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

The post ବାୟୁସେନା ପୋଷାକ ପିନ୍ଧି କାହିଁକି ବିବାଦରେ ଅନିଲ କପୁର? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images