ଓଡ଼ିଶାଲାଇଭ୍ ବ୍ୟୁରୋ![]()
ସହରାଞ୍ଚଳ ପ୍ରଶାସନ ସେବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ପ୍ରଜା ଫାଉଣ୍ଡେସନ ଏନଜିଓ ପକ୍ଷରୁ ୨୯ଟି ରାଜ୍ୟର ୪୦ଟି ସହରକୁ ଏକ ସର୍ଭେ କରାଯାଇଥିଲା। ଫାଉଣ୍ଡେସନ ଟୁଇଟ କରି ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଓଡ଼ିଶା ୫୬.୮୬ ପ୍ରତିଶତ ସ୍କୋର ହାସଲ କରି ୧ ନମ୍ବର ସ୍ଥାନରେ ରହିଛି।
Praja has released its #UrbanGovernanceIndex, 2020. Odisha (56.86%), Maharashtra (55.15%), Chhattisgarh (49.68%), Kerala (48.77%) and Madhya Pradesh (45.94%) are the top 5 States. To know the rank of your state click here: https://t.co/v1eZFN8R0u#UrbanReforms #GoodGovernance pic.twitter.com/nKqLfmeALj
— Praja.org (@Prajafoundation) December 8, 2020
ଓଡ଼ିଶା ପରେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର (୫୫.୧୫), ତୃତୀୟ ସ୍ଥାନରେ ଛତିଶଗଡ଼ (୪୯.୬୮), ଚତୁର୍ଥ ସ୍ଥାନରେ କେରଳ (୪୮.୭୭) ଓ ପଞ୍ଚମ ସ୍ଥାନରେ ମଧ୍ୟପ୍ରଦେଶ (୪୫.୯୪ ) ରହିଛି।
କେବଳ ଏତିକି ନୁହେଁ ନାଗରିକ ସଶକ୍ତିକରଣରେ ବି ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି।
The post ସହରାଞ୍ଚଳ ପ୍ରଶାସନ ସେବାରେ ଓଡ଼ିଶା ନମ୍ବର ଓ୍ୱାନ appeared first on OdishaLIVE.