Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଶ୍ୱର ୧୦ଟି ଦେଶ, ଯେଉଁଠି ଏବେ ବି ନାହିଁ ରେଳପଥ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଅନେକ ଦେଶ ଏବେ ବିଜ୍ଞାନର ଶୀର୍ଷରେ ପହଞ୍ଚିଲାଣି। ନୂଆ, ନୂଆ ଜ୍ଞାନ କୌଶଳର ଉନ୍ନତି କରି ସଫଳତା ପାଇଲେଣି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେବି ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ରେଳପଥ ନାହିଁ। ବିଭିନ୍ନ କାରଣରୁ ଏହି ଦେଶଗୁଡ଼ିକରେ ରେଳପଥର ବିକାଶ ସମ୍ଭବ ହୋଇପାରିନାହିଁ। ତେବେ ସେମିତି କିଛି ଦେଶଗୁଡ଼ିକ ବିଷୟରେ ଜାଣନ୍ତୁ।

ଭୁଟାନ – ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ। ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବ୍ବତ, ଭାରତର ସିକିମ୍ ରାଜ୍ୟ, ପଶ୍ଚିମକୁ ତିବ୍ବତ୍‌ର ଚୁମ୍ବି, ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୁଟାନ ଏକ ଛୋଟ ଦେଶ ହୋଇଥିଲେ ବି ଏଠାରେ ରେଳପଥ ନାହିଁ।

ଆଇସଲାଣ୍ଡ – ଆଇସଲାଣ୍ଡ ଏକ ୟୁରୋପୀୟ ଦେଶ। ଏଠାରେ ବି ରେଳପଥ ନାହିଁ। କେବଳ ରେଳପଥ ନୁହେଁଏହି ଦେଶରେ ନିଜସ୍ୱ ସେନା ନାହିଁ। ଏହି ଦେଶର ସୁରକ୍ଷା ଦାୟିତ୍ୱ ଆମେରିକା ନେଇଥାଏ।

ଓମାନ – ପଶ୍ଚିମ ଏସିଆରେ ଥିବା ଏକ ମୁସଲିମ୍‌ ଦେଶ ହେଲା ଓମାନ। ଏହି ଦେଶରେ ସଳତନ୍‌ ଓମାନ ଭାବେ ପରିଚିତ। ଏହି ଦେଶର ଜନସଂଖ୍ୟା ପ୍ରାୟ ୫୭ ଲକ୍ଷରୁ ଅଧିକ। କିନ୍ତୁ ଏହି ଦେଶରେ ରେଳପଥ ଆଜିଯାଏଁ ନାହିଁ।

ସେହିପରି ପାପୁଆ, ନିଉ ଗିନି, ୟେମେନ, ସେଣ୍ଟ୍ରାଲ ଆଫ୍ରିକାନ ରପବ୍ଲିକ, ସୋମଲିଆ, ନାଇଜର, ଚାଦ ଏବଂ ଲିବ୍ୟା।

ସୋମାଲିଆ ଇଟାଲିର ଉପନିବେଶ ଥିଲା ବେଳେ ସେଠାରେ ରେଳପଥ ତିଆରି କରାଯାଇଥିଲା। ୧୯୧୪ରୁ ୪୧ ସେଠାରେ ରେଳ ଚଳାଚଳ କରୁଥିଲା। ତାପରେ କୌଣସି କାରଣରୁ ସେଠି ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା। ସେହିପରି ୧୯୬୫ ପର୍ଯ୍ୟନ୍ତ ଲିବ୍ୟାରେ ରେଳ ଚାଲୁଥିଲା। କିନ୍ତୁ ଯାତ୍ରୀ ନେବାରୁ ସେଠାରେ ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା।

The post ବିଶ୍ୱର ୧୦ଟି ଦେଶ, ଯେଉଁଠି ଏବେ ବି ନାହିଁ ରେଳପଥ appeared first on OdishaLIVE.


Viewing all articles
Browse latest Browse all 11715

Trending Articles