Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଲିଉଡର ନୂଆ ଟ୍ରେଣ୍ଡ – ବିଗତ ଦିନର ବିବାଦୀୟ ଓ ଚର୍ଚ୍ଚିତ ମହିଳାଙ୍କୁ ନେଇ ତିଆରି ହୋଇଛି ଏହି ବାୟୋପିକ୍

$
0
0

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ଏମାନେ ଥିଲେ ବିଗତ ଦିନର ବିବାଦୀୟ ଏବଂ ଚର୍ଚ୍ଚିତ ମହିଳା। ଏମାନଙ୍କୁ ନେଇ ତିଆରି ହୋଇଥିବା ବାୟୋପିକ୍ ସିନେମା ମଧ୍ୟ ଚର୍ଚ୍ଚାରେ ରହିଥିଲା।

ଏମାନେ ହେଉଛନ୍ତି ଭାରତର ବିବାଦୀୟ ଏବଂ ଚର୍ଚ୍ଚିତ ମହିଳା। ସେଥିମଧ୍ୟରୁ କେତେକ ବିବାଦୀୟ ହୋଇପଡ଼ିଥିବା ବେଳେ ଆଉ କିଛି ମହିଳା ଚର୍ଚ୍ଚାର ଶିରୋନାମା ପାଲଟିଥିଲେ। ବିଗତ ଦିନର ସେହି ମହିଳାମାନଙ୍କ ଜୀବନୀକୁ ନେଇ ବଲିଉଡରେ ଏବେ ନୂଆ ଟ୍ରେଣ୍ଡ ସୃଷ୍ଟି ହୋଇଛି। ଏହି ମହିଳାମାନଙ୍କ ବିବାଦୀୟ ତଥା ଚର୍ଚ୍ଚିତ ଜୀବନୀକୁ ନେଇ ଅନେକ ବାୟୋପିକ୍ ସିନେମା ତିଆରି ହୋଇଛି। ସେମାନଙ୍କ ଜୀବନୀ ଭଳି ବାୟୋପିକ ଫିଲ୍ମଗୁଡ଼ିକ ମଧ୍ୟ ଚର୍ଚ୍ଚାରେ ରହିଛି।ମଣିକର୍ଣ୍ଣିକା

ଏକ ଐତିହାସିକ କଥାବସ୍ତୁକୁ ନେଇ ୨୦୧୯ ଜାନୁଆରୀ ୨୫ରେ ପରଦା ଉପରକୁ ଆସିଥିଲା ଫିଲ୍ମ ମଣିକର୍ଣ୍ଣିକା। ଝାନସୀର ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ଫିଲ୍ମଟିକୁ ତିଆରି କରିଥିଲେ ନିର୍ଦ୍ଦେଶକ ରାଧା କୃଷ୍ଣ ଜଗରଲାମୁଦି। ଏଥିରେ କଙ୍ଗନା ରାଣାଓ୍ୱତ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ।

ଛପାକ୍

୨୦୨୦ରେ ରିଲିଜ୍ ହୋଇଥିଲା ଫିଲ୍ମ ଛପାକ୍। ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଥିଲା। ଏଥିରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମେଘନା ଗୁଲଜାର ଏହାର ନିର୍ଦ୍ଦେଶନା ଦେଇଥିଲେ।ଦି ଡାର୍ଟି ପିକ୍ଚର

ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ଦି ଡାର୍ଟି ପିକ୍ଚର ୨୦୧୧ ମସିହାରେ ରିଲିଜ୍ ହୋଇଥିଲା। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନୀକୁ ନେଇ ଫିଲ୍ମଟି ତିଆରି ହୋଇଥିଲେ। ଏଥିରେ ସ୍ମିତାଙ୍କର ପାର୍ଶ୍ୱ କଳାକାର ହେବାଠାରୁ ସବୁଠୁ ଡିମାଣ୍ଡିଙ୍ଗ୍ ଆକ୍ଟ୍ରେସ ହେବାର ଯାତ୍ରାକୁ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଦ୍ୟା ବାଲାନ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ମିଲନ ଲୁଥରିଆ ନିର୍ଦ୍ଦେଶନା ଦେଇଥିଲେ।

ବ୍ୟାଣ୍ଡିଟ୍ କ୍ୱିନ୍

ଭାରତର କୁଖ୍ୟାତ ଡାକୁ ଫୁଲନ ଦେବୀଙ୍କ କାହାଣୀକୁ ନେଇ ୧୯୯୪ ମସିହାରେ ପ୍ରସ୍ତୁତ ହୋଇଥିଲା ବ୍ୟାଣ୍ଡିଟ୍ କ୍ୱିନ୍। ଫୁଲନ ଦେବୀଙ୍କ ବାଲ୍ୟ ବିବାହଠାରୁ ଆରମ୍ଭ କରି ସରକାରଙ୍କ ସାମ୍ନାରେ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ସବୁକିଛି ଫିଲ୍ମରେ ନିଖୁଣ ଭାବେ ଚିତ୍ରିତ ହୋଇଥିଲା। ଏହି ଫିଲ୍ମକୁ ଶେଖର କପୁର ନିର୍ଦ୍ଦେଶନା ଦେଇଥିବା ବେଳେ ସୀମା ବିଶ୍ୱାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏହି ଫିଲ୍ମ ବେଷ୍ଟ ଫିଚର ଫିଲ୍ମ ବିଭାଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବେଷ୍ଟ ଫିଲ୍ମ ଓ ନିର୍ଦ୍ଦେଶନା ପାଇଁ ଫିଲ୍ମଫେୟାର କ୍ରିଟିକ୍ସ ଆଓ୍ୱାର୍ଡ ପାଇଥିଲା। ଏଥିସହ ୧୯୯୪ ମସିହା କାନ୍ସ ଫେଷ୍ଟିଭାଲ ଓ ଇଡ଼େନବର୍ଗ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ସେହିପରି ୬୭ତମ ଏକାଡେମୀ ଆଓ୍ୱାର୍ଡ ପାଇଁ ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ବିଭାଗରେ ପ୍ରବେଶ କରିଥିଲା।

ମେରୀ କମ୍

ଭାରତୀୟ ମହିଳା ବକ୍ସର ମେରୀ କମଙ୍କ ବାୟୋପିକକୁ ନେଇ ୨୦୧୪ରେ ତିଆରି ହୋଇଥିଲା ମେରୀ କମ୍। ମେରୀ କମଙ୍କ ବକ୍ସର ହେବାଠାରୁ ୨୦୦୮ ମସିହାରେ ନିଙ୍ଗବୋରେ ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍ସ ଜିତିବା ପର୍ଯ୍ୟନ୍ତ ଯାତ୍ରାକୁ ଏହି ଫିଲ୍ମରେ ଚିତ୍ରଣ କରାଯାଇଥିଲା। ଏଥିରେ ପ୍ରିୟଙ୍କା ଚୋପ୍ରା ମେରୀଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମଟିକୁ ଉମଙ୍ଗ କୁମାର ନିର୍ଦ୍ଦେଶନା ଦେଇଥିଲେ।ନିରଜା

୨୦୧୬ରେ ରାମ ମାଧବନୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ନିରଜା। ୧୯୮୬ ମସିହାରେ କରାଚିରେ ହୋଇଥିବା ପ୍ୟାନ୍ ଏଏମ୍ ଫ୍ଲାଇଟ୍ ୭୩ ହାଇଜାକକୁ ନେଇ ଫିଲ୍ମଟି ତିଆରି ହୋଇଥିଲା। ଏହି ହାଇଜାକରେ ସାହସିକତାର ସହ ଆତଙ୍କବାଦୀଙ୍କୁ ସାମ୍ନା କରି ପ୍ରାଣ ହରାଇଥିବା ନିରଜା ଭାନୁତଙ୍କ କାହାଣୀକୁ ଦର୍ଶାଯାଇଥିଲା। ସୋନମ କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୬ଟି ବିଭାଗରେ ଏହି ଫିଲ୍ମ ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲା।

ଶକୁନ୍ତଳା ଦେବୀ – ଦି ହ୍ୟୁମାନ କମ୍ପ୍ୟୁଟର

ବିଦ୍ୟା ବାଲାନଙ୍କ ଅଭିନୀତ ଏହି ଫିଲ୍ମଟି ଚଳିତବର୍ଷ ରିଲିଜ୍ ହୋଇଥିଲା। ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ବିଶିଷ୍ଟ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। ଏହାକୁ ଅନୁ ମେନନ୍ ନିର୍ଦ୍ଦେଶନା ଦେଇଥିଲେ।ଗୁଞ୍ଜନ ସକ୍ସେନା – ଦି କାର୍ଗିଲ ଗାର୍ଲ

କାର୍ଗିଲ ଯୁଦ୍ଧ ସମୟରେ ପ୍ରଥମ ମହିଳା ଭାବେ ଯୁଦ୍ଧ ବିମାନ ଚଲାଇଥିବା ଗୁଞ୍ଜନ ସକ୍ସେନାଙ୍କ କାହାଣୀକୁ ନେଇ ୨୦୨୦ରେ ପ୍ରସ୍ତୁତ ହୋଇଥିଲା ଗୁଞ୍ଜନ ସକ୍ସେନା – ଦି କାର୍ଗିଲ ଗାର୍ଲ। ଏହାକୁ ଶରଣ ଶର୍ମା ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଞ୍ଜନଙ୍କ ଭୂମିକାରେ ଜାହ୍ନବୀ କପୁର ଅଭିନୟ କରିଥିଲେ।

The post ବଲିଉଡର ନୂଆ ଟ୍ରେଣ୍ଡ – ବିଗତ ଦିନର ବିବାଦୀୟ ଓ ଚର୍ଚ୍ଚିତ ମହିଳାଙ୍କୁ ନେଇ ତିଆରି ହୋଇଛି ଏହି ବାୟୋପିକ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles