Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସନ୍ତାକାଲିଠୁ ଦୁଇଦିନ ନେଟଫ୍ଲିକ୍ସ ମାଗଣା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆସନ୍ତା ଦୁଇ ଦିନ ପାଇଁ ମାଗଣା ସେବା ଯୋଗାଇବ ଅନଲାଇନ୍ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ। ଯେ କୌଣସି ବ୍ୟକ୍ତି ଏହି ଦୁଇ ଦିନ ମାଗଣାରେ ନେଟଫ୍ଲିକ୍ସର ସମସ୍ତ ସୋ’କୁ ଦେଖିପାରିବେ ବୋଲି କମ୍ପାନି ଘୋଷଣା କରିଛି।

ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଜରିଆରେ କମ୍ପାନି ଏହି ଅଫର୍ ଆଣିଛି। ଯାହାଦ୍ୱାରା ଡିସେମ୍ବର ୫ ଓ ୬ ତାରିଖରେ ଭାରତରେ ନେଟଫ୍ଲିକ୍ସ ଫ୍ରି ରହିବ। ଲୋକମାନେ ନେଟଫ୍ଲିକ୍ର ପ୍ରିମିୟମ ସୋ’କୁ ମାଗଣାରେ ଦେଖିପାରିବେ। ଯାହାକୁ ଦେଖିବାକୁ ପୂର୍ବରୁ ଟଙ୍କାଦେବାକୁ ପଡୁଥିଲା। ଏଥିପାଇଁ ପ୍ରଥମେ ବ୍ୟବହାରକାରୀଙ୍କୁ ନେଟଫ୍ଲିକ୍ସ ଆପରେ ସେମାନଙ୍କର ଇ-ମେଲ୍ ଆଇଡି ନମ୍ବର ଜରିଆରେ ଲଗଇନ୍ କରିବାକୁ ପଡ଼ିବ। ଲଗଇନ୍ କରିବା ପରେ ଡିସେମ୍ବର ୫ ଓ ୬ ତାରିଖରେ ସେମାନେ ନେଟଫ୍ଲିକ୍ସକୁ ମାଗଣାରେ ଦେଖିପାରିବେ।

ଅନଲାଇନ୍ ଓଟିଟି ପ୍ଲାଟଫର୍ମ ଭାବେ ନେଟଫ୍ଲିକ୍ସ ବେଶ ଜଣାଶୁଣା। ଗ୍ରାହକଙ୍କୁ ଏହାର ସୋ’ ଦେଖିବାକୁ ହେଲେ ଟଙ୍କା ଦେବାକୁ ପଡ଼ିଥାଏ। ହେଲେ ଭାରତରେ ନିଜ ଗ୍ରାହକ ସଂଖ୍ୟା ବୃଦ୍ଧି କରିବାକୁ କମ୍ପାନି ଏହି ଦୁଇ ଦିନିଆ ଫ୍ରି ଅଫର୍ ଆଣିଛି ବୋଲି କୁହାଯାଉଛି।

The post ଆସନ୍ତାକାଲିଠୁ ଦୁଇଦିନ ନେଟଫ୍ଲିକ୍ସ ମାଗଣା appeared first on OdishaLIVE.


Viewing all articles
Browse latest Browse all 11715

Trending Articles