Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗାନ୍ଧୀ ଜୟନ୍ତୀରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଓ୍ଵେବିନାର ଆୟୋଜନ କରିବ ସଂସ୍କୃତି ବିଭାଗ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନେକ କାର୍ଯ୍ୟକ୍ରମ ରଖିଛି। ଏଥିରେ ସାମିଲ ରହିଛି ପୁସ୍ତକ ଉନ୍ମୋଚନ, ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ଓ ଓ୍ଵେବିନାର ପର୍ବ।

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଉତ୍ସବ ପାଳନ କରାଯିବା। ଅକ୍ଟୋବର ୨ ପୂର୍ବାହ୍ନ ୧୦ଟାରେ ରାଜ୍ୟ ସଂସ୍କୃତି ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କରୋନା ମହାମାରୀ ଜନିତ କଟକଣା ହେତୁ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତ୍ଵ ଓ ସୀମିତ ଉପସ୍ଥିତିରେ ଏହାକୁ ପାଳନ କରାଯିବ।

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ମହାତ୍ମା ଗାନ୍ଧୀଙ୍କ ତୈଳ ଚିତ୍ରରେ ସୂତ୍ରାଞ୍ଜଳି ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଉତ୍ସବରେ ପୁସ୍ତକ ଉନ୍ମୋଚନ, ଗାନ୍ଧୀଙ୍କ ଭଜନ ପରିବେଷଣ ହେବ। ଏଥିସହିତ ଏକାଡେମୀ ପକ୍ଷରୁ “ଓଡ଼ିଶାରେ ଗାନ୍ଧୀଜୀ” ଶୀର୍ଷକ ଏକ ଘଣ୍ଟିକିଆ ସ୍ଵତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଭିନ୍ନ ଚାନେଲରେ ପ୍ରସାରଣ କରାଯିବ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ଶିଶୁଗୀତିରେ ଗାନ୍ଧୀ, ଦେଶାତ୍ମବୋଧକ ଓଡ଼ିଆ କବିତା, ଇଂରାଜୀ କୋଣାର୍କ ସଂଖ୍ୟା-୪, କଫିଟେବୁଲ ପୁସ୍ତକ ‘ଅକ୍ଷର’, ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି ଦ୍ଵାରା ପ୍ରକାଶିତ ପୁସ୍ତକ ଗାନ୍ଧୀ ରଚନାବଳୀ: ‘ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ’ଏବଂ ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକଙ୍କ ଦ୍ଵାରା ରଚିତ ପୁସ୍ତକ ଗାନ୍ଧୀ ମହାତ୍ମ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଏ ଡକ୍ୟୁମେଣ୍ଟାରୀ ହିଷ୍ଚ୍ରି: ଗ୍ରୁପ ଥିଏଟର ଇନ ଓଡ଼ିଶା’, ଏକାଡେମୀ ମୁଖପତ୍ର ‘ରଙ୍ଗଭୂମି’, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଦୃଶ୍ୟଶ୍ରାବ୍ୟ ଅଭିଲେଖାଗାର, ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ଖାକ୍-ଇ-ସୁଖାନ, ଓଡ଼ିଆ ଜବାନ ଓ ଆଦାବ: ଏକ୍ ମୁତାଲିଆର ଉନ୍ମୋଚନ କରାଯିବ। ଏନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ଵାରା ‘ଗାନ୍ଧିଜୀଙ୍କ ଆଦର୍ଶ’ ଭିତ୍ତିକ ଓ୍ଵେବିନାର କାର୍ଯ୍ୟକ୍ରମ ଅନୁଷ୍ଠିର ହେବ। ଏଥିରେ ଯୋଗଦେବା ପାଇଁ ଅପରାହ୍ନ ୩ଟାରେ https://us02web.zoom.us/j/89252688786 ଜୁମ ଆପ୍ ଲିଙ୍କ୍ ଜରିଆରେ ଯୋଡ଼ି ହୁଅନ୍ତୁ।

The post ଗାନ୍ଧୀ ଜୟନ୍ତୀରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଓ୍ଵେବିନାର ଆୟୋଜନ କରିବ ସଂସ୍କୃତି ବିଭାଗ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images