Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସ୍କୁଲରେ ପଢ଼ିବା ବେଳେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ ଏହି ହିରୋଇନ –ଏବେ ଇଣ୍ଡଷ୍ଟ୍ରିର ବଡ଼ ନାଁ

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅର୍ଚ୍ଚିତାଙ୍କଠାରୁ ଆରମ୍ଭକରି ଭୂମିକାଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର ନାୟିକାମାନଙ୍କୁ ସ୍କୁଲରେ ପଢ଼ିବା ବେଳରୁ ହିଁ ଓଲିଉଡରେ ଏଣ୍ଟ୍ରି ପାଇଁ ମିଳିଥିଲା ସୁଯୋଗ।

ଓଡ଼ିଆ ସିନେମାରେ ଅଧିକାଂଶ ନାୟିକାଙ୍କର ଏଣ୍ଟ୍ରି ଭିନ୍ନ ଭିନ୍ନ ଢଙ୍ଗରେ ଓ ବିଭିନ୍ନ ସମୟରେ ହୋଇଛି। କାହାର ଇଚ୍ଛା ନଥାଇ ଆକସ୍ମିକ ଭାବେ ଅଫର୍ ପାଇବା ଯୋଗୁଁ ଓଲିଉଡରେ ଏଣ୍ଟ୍ରି ନେଇ ନାୟିକା  ହୋଇଛନ୍ତି ତ ପୁଣି କାହାର ମାଆ ଅଭିନେତ୍ରୀ ହୋଇଥିବା ହେତୁ ସେ ଏ କ୍ଷେତ୍ରକୁ ଆସିଛନ୍ତି, ପୁଣି କିଏ ଶିଶୁ କଳାକାରରୁ ନାୟିକା ବନିଛନ୍ତି। ହେଲେ ଆପଣ ଜାଣନ୍ତି କି ଓଡ଼ିଆ ସିନେ ଜଗତର ଏମିତି ବି କିଛି ନାୟିକା ଆସିଛନ୍ତି, ଯେଉଁମାନେ ହାଇସ୍କୁଲରେ ପଢ଼ୁଥିବା ସମୟରେ ପରଦାରେ ନାୟିକା ଭୂମିକା ନିଭାଇଛନ୍ତି। ଆସନ୍ତୁ ସେଭଳି ନାୟିକାମାନଙ୍କ ସମ୍ପର୍କରେ ଜାଣିବା..

ଭୂମିକା

ଏବେକାର ହଟ୍ ନାୟିକା ଭୂମିକା ଦାଶ। ସେ ଅବଶ୍ୟ ଶିଶୁ କଳାକାର ଭାବେ ବେଶ୍ ଲୋକପ୍ରିୟତା ହାସଲ କରିବା ପରେ ନାୟିକା ହେବାର ସୁଯୋଗ ପାଇଛନ୍ତି। ଭୂମିକା ‘ରୁମକୁ ଝୁମାନା’ ଓ ‘ଗପ ହେଲେ ବି ସତ’ ଫିଲ୍ମରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ନଜର ଆସିଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ହିଁ ତାଙ୍କୁ ‘ତୁ ମୋ ଲଭ୍ ଷ୍ଟୋରି’ ଫିଲ୍ମରେ ଫିମେଲ୍ ଲିଡ୍ ରୋଲ୍ ଲାଗି ଆପ୍ରୋଚ୍ କରାଯାଇଥିଲା। ତାଙ୍କୁ ନାୟିକା ଭୂମିକା ଦେବାରେ ନିର୍ଦ୍ଦେଶକ ତାପସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ସିନେମାରେ ତାଙ୍କର ନାୟକ ଥିଲେ ସ୍ୱରାଜ। ‘ତୁ ମୋ ଲଭ୍ ଷ୍ଟୋରି’ ସୁପରହିଟ୍ ହୋଇଥିଲା ଓ ତା’ ପରେ ପୁଣି ଦର୍ଶକ ଭୂମିକାଙ୍କୁ ଦେଖିବାକୁ ପାଇଛନ୍ତି ‘ହିରୋ ନମ୍ବର ୱାନ’ରେ।

ଅର୍ଚ୍ଚିତା

ପ୍ରାୟ ୧୩ ବର୍ଷ ଧରି ଓଲିଉଡରେ ଟପ୍ ନାୟିକା ଭାବେ ରାଜ୍ କରି ଆସିଛନ୍ତି ଗ୍ଲାମରସ୍ ଅର୍ଚ୍ଚିତା। ସେ ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜନା ଓ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଓ ମାଇଁ ଲଭ୍’ ସିନେମାରେ ପ୍ରଥମେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୨୦୧୫ରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ଏଥିରେ ନବାଗତ ରାଜଦୀପ ଥିଲେ ଅର୍ଚ୍ଚିତାଙ୍କ ନାୟିକ। ଏକ ଟିନଏଜର ଲଭଷ୍ଟୋରି ଥିଲା ‘ଓ ମାଇଁ ଲଭ୍’। ନିଜର ପ୍ରଥମ ସିନେମା ସାଇନ୍ କରିବା ବେଳେ ଅର୍ଚ୍ଚିତା ବି ସ୍କୁଲରେ ପଢ଼ୁଥିଲେ। ସେତେବେଳେ ଅର୍ଚ୍ଚିତା ଥିଲେ ଦଶମ ଶ୍ରେଣୀର ଛାତ୍ରୀ। ସଂଯୋଗବଶତଃ ତାଙ୍କର ପ୍ରଥମ ସିନେମା ମଧ୍ୟ ମାଟ୍ରିକ୍ ପାସ୍ କରିବା ଆଗରୁ ରିଲିଜ ହୋଇଥିଲା। ପ୍ରଥମ ଫିଲ୍ମକୁ ଆଶାନୁରୂପକ ବ୍ୟାବସାୟିକ ସଫଳତା ମିଳିନଥିଲେ ବି ଅର୍ଚ୍ଚିତା ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ତା’ପରେ ଲଗାତର ସିନେମାରେ ଅଭିନୟ କରିଚାଲିଛନ୍ତି।

ଶୀତଲ

ଓଲିଉଡର ଆଉ ଜଣେ ଲୋକପ୍ରିୟ ନାୟିକା ହେଲେ ଶୀତଲ। ସେ ଶିଶୁ କଳାକାର ଛୋଟ ପରଦାରେ ଆଙ୍କରିଂ କରୁଥିଲେ। ତା’ ପରେ ଅଷ୍ଟମ ଶ୍ରେଣୀରେ ପଢ଼ିବାବେଳେ ଛୋଟ ପରଦାରେ ସ୍ଵର୍ଗତ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଶ୍ରୀ ଜଗନ୍ନାଥ’ ମେଗା ଧାରାବାହିକରେ ବି ଅଭିନୟ କରିଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ହିଁ ଶୀତଲଙ୍କ ପ୍ରଥମ ଫିଲ୍ମରେ ଅଫର ମିଳିଥିଲା। ସେହି ସମୟରେ ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ପଢ଼ୁଥିଲେ। ଦିବଂଗତ ଅଭିନେତା ମୀନକେତନ ଓ ପ୍ରଯୋଜକ ସନ୍ଦୀପ ରାଉତରାୟ ଶୀତଲଙ୍କ ସୁପରହିଟ୍ ସିନେମା ‘ଯିଏ ଯାହା କହୁ ମୋର ଢ଼ୋ’ରେ ବାବୁସାନଙ୍କ ଅପୋଜିଟରେ ସାଇନ୍ କରିଥିଲେ। ସେହି ଫିଲ୍ମଟି ରିଲିଜ୍ ହେବା ବେଳକୁ ବି ଶୀତଲ୍ କଲେଜରେ ପାଦ ଦେଇନଥିଲେ।

ସନମୀରା

ଶିଶୁ କଳାକାର ଭାବେ ‘ଆକାଶେ କି ରଙ୍ଗ ଲାଗିଲା’ ଓ ‘ଆଲୋ ମୋର କଣ୍ଢେଇ’ ଆଦି ସିନେମାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ସନମୀରା ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ନାୟିକା ହେବାର ସୌଭାଗ୍ୟ ପାଇଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ସପନର ପଥେ ପଥେ’। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଛନ୍ତି ସେ। ତା’ ପରେ ତାଙ୍କୁ ‘ଲୈଲା ଓ ଲୈଲା’ ଫିଲ୍ମରେ ସ୍ୱରାଜଙ୍କ ଅପୋଜିଟରେ ଦେଖିବାକୁ ପାଇଛନ୍ତି। ଏବେ ସନମୀରା ବାରିପଦାରେ ସରସ୍ୱତୀ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।

ଉତ୍କଣ୍ଠା

‘ବ୍ୟାଚେଲର’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ଛବିରେ ଉତ୍କଣ୍ଠାଙ୍କୁ ଦେଖିବାକୁ ମିଳିଥିଲା ନାୟିକା ଭୂମିକାରେ। ସେ ବି ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ନାୟିକା ସାଜିଥିଲେ। ପରେ ତାଙ୍କୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ।

The post ସ୍କୁଲରେ ପଢ଼ିବା ବେଳେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ ଏହି ହିରୋଇନ – ଏବେ ଇଣ୍ଡଷ୍ଟ୍ରିର ବଡ଼ ନାଁ appeared first on OdishaLIVE.


Viewing all articles
Browse latest Browse all 11715