ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଭୋଡାଫୋନ୍-ଆଇଡିଆ(VI)ର ୩୫୧ ଟଙ୍କିଆ ‘ଓ୍ଵର୍କ ଫ୍ରମ୍ ହୋମ୍’ର ଫାଇଦା ବିଷୟରେ ଜାଣନ୍ତୁ।
କରୋନା ମହାମାରୀ ସମୟରେ ‘ଓ୍ଵର୍କ ଫ୍ରମ୍ ହୋମ୍’ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏଭଳି ସମୟରେ ନିଜ ଗ୍ରାହକମାନଙ୍କୁ ଖୁବ୍ ଶସ୍ତାରେ ଡାଟା ଯୋଗାଇଦେବାକୁ ଭୋଡାଫୋନ୍-ଆଇଡିଆ(VI) ଦମ୍ଦାର୍ ପ୍ଲାନ୍ ଲଞ୍ଚ୍ କରିଛି। ଏହାର ନାଁ ରହିଛି ‘ଓ୍ଵର୍କ ଫ୍ରମ୍ ହୋମ୍’ ପ୍ଲାନ୍। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ଖୁବ୍ କମ୍ ଦାମ୍ରେ ୧୦୦ ଜିବି ହାଇ-ସ୍ପିଡ୍ ଡାଟା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ..
ଭୋଡାଫୋନ୍-ଆଇଡିଆର ଏହି ନୂଆ ପ୍ଲାନ୍କୁ ୩୫୧ ଟଙ୍କାରେ ଲଞ୍ଚ୍ କରାଯାଇଛି। ଏହା ୫୬ ଦିନ ପାଇଁ ଉପଲବ୍ଧ ହେଉଛି। ଏହି ନୂଆ ପ୍ଲାନ୍ ବ୍ୟବହାରକାରୀଙ୍କୁ ୪ଜି ହାଇ-ସ୍ପିଡ୍ର ୧୦୦ ଜିବି ଡାଟା ପ୍ରଦାନ କରାଯାଉଛି। ଏହା ହେଉଛି ଏକ ଆଡ୍-ଅନ୍ ପ୍ୟାକ୍। ଅର୍ଥାତ୍ ଏହି ପ୍ଲାନ୍କୁ ଚାଲୁ ରହିଥିବା ପ୍ଲାନ୍ ସହିତ ମିଶାଇ ବ୍ୟବହାର କରାଯାଇପାରିବ।ପୂର୍ବରୁ ମିଳୁଥିବା ୨୫୧ ଟଙ୍କିଆ ‘ଓ୍ଵର୍କ ଫ୍ରମ୍ ହୋମ୍’ ପ୍ଲାନ୍ ତୁଳନାରେ ୩୫୧ ଟଙ୍କିଆ ପ୍ଲାନ୍ରେ ଅଧିକ ଫାଇଦା ମିଳୁଛି। ଯେଉଁମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି କମ୍ପାନିର ଏହି ପ୍ଲାନ୍ ସେହି ଲୋକଙ୍କ ପାଇଁ ବେଶି ଲାଭଦାୟକ ହେବ।
ତେବେ ଏହି ପ୍ଲାନ୍ରେ ବର୍ତ୍ତମାନ କେବଳ ଡାଟା ସୁବିଧା ମିଳିବ। ଏହାଛଡ଼ା ଏହି ପ୍ଲାନ୍ରେ କଲିଂ କିମ୍ବା ଏସ୍ଏମ୍ଏସ୍ ସୁବିଧା ଦିଆଯାଉନାହିଁ।ଉଲ୍ଲେଖଯୋଗ୍ୟ ଯେ, କିଛି ନିର୍ଦ୍ଦିଷ୍ଟ ସର୍କଲରେ ଏହି ପ୍ଲାନ୍ ଉପଲବ୍ଧ ହେବ। ଏହି ପ୍ରିପେଡ୍ ପ୍ଲାନ୍ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କେରଳ ଓ ମଧ୍ୟପ୍ରଦେଶ ସର୍କଲରେ ଅଫର୍ କରାଯାଉଛି। କରୋନା ସମୟରେ ଘରେ ରହି କାମ କରୁଥିବା ବ୍ୟବହାରକାରୀମାନେ ଏହି ପ୍ଲାନ୍ରେ ବେଶୀ ଉପକୃତ ହେବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
The post ଭୋଡାଫୋନ୍ ଆଇଡିଆ(VI)ର ଦମ୍ଦାର୍ ପ୍ଲାନ୍ – ଖୁବ୍ ଶସ୍ତାରେ ମିଳିବ ୧୦୦ ଜିବି ଡାଟା appeared first on OdishaLIVE.