Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁବନେଶ୍ୱରରେ ମାତ୍ର ୬୦୦ ସାମାଜିକ ଉତ୍ସବ ହୋଇଛି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ତାରିଖରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଲକଡାଉନ ଲଗା ଯାଇଥିଲା। ଏହି ସମୟ ମଧ୍ୟରେ କୌଣସି ପ୍ରକାର ସାମାଜିକ ଉତ୍ସବକୁ ଅନୁମତି ପ୍ରଦାନ କରାଯାଇନଥିଲା। ଫଳ ସ୍ୱରୂପ ରାଜଧାନୀ ଭୁବନେଶ୍ଵରରେ ଏହି ୬ ମାସ ମଧ୍ୟରେ ମାତ୍ର ୬୪୦ଟି ସାମାଜିକ କାର୍ଯ୍ୟକ୍ରମ (ବିବାହ, ବ୍ରତ, ଜନ୍ମଦିନ ପାଳନ ଓ ଏକାଦଶାହ) ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଗତ ବର୍ଷ ଏହି ସମୟ ମଧ୍ୟରେ ପ୍ରାୟ ୧୫୦୦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମାର୍ଚ୍ଚ ଅଧାରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ କୌଣସି ଉତ୍ସଵକୁ ଅନୁମତି ମିଳିନଥବା ବେଳେ ଲକଡାଉନ କୋହଳ ହେବା ପରେ ସ୍ୱତନ୍ତ୍ର ରିଲିଫ କମିସନର କଡା ନିର୍ଦ୍ଦେଶାବଳୀ ସହ ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦି ପାଇଁ ଅନୁମତି ଦେଇଥିଲେ। ଏଥିରେ ଥିଲା ବିବାହ ଆଦି ଶୁଭ କର୍ମରେ ୫୦ ଜଣ ମାତ୍ର ଯୋଗ ଦେଇପାରିବେ ଓ ଅଶୁଭ କର୍ମରେ ୨୦ ଜଣ।
ଉଲ୍ଲେଖ କରାଯାଇପାରେ ଯେ ତାଲା ବନ୍ଦ ଯୋଗୁଁ  ମାର୍ଚ୍ଚ ଓ ଏପ୍ରିଲ ମାସରେ ଯେଉଁମାନଙ୍କର ଲଗ୍ନ ସ୍ଥିର ହୋଇଥିଲା ସେମାନେ ତାହାକୁ ମେ , ଜୁନ ଓ ଜୁଲାଇ ମାସକୁ ଘୁଞ୍ଚାଇଥିଲେ କିମ୍ବା ସେଗୁଡିକୁ ପୂରା ବାତିଲ କରାଯାଇଥିଲା। ଜୁଲାଇ ୧୫ ପରେ ଚତୁର୍ମାସ୍ୟା ପଡ଼ିବା ହେତୁ ସ୍ୱାଭାବିକ ଭାବରେ କୌଣସି ସାମାଜିକ ଉତ୍ସବ ପାଳନ ହେଉନାହିଁ।

ଭୁବନେଶ୍ୱରରେ ଯେଉଁ ୬୪୦ଟି ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିମଧ୍ୟରୁ ୩୩୦ଟି ଥିଲା ବିବାହ ଉତ୍ସବ। ଏସବୁ ମୁଖ୍ୟତଃ ଜୁନ ଓ ଜୁଲାଇ ମାସରେ ହୋଇଥିଲା। ଜୁଲାଇ ପର ଠାରୁ ବିଏମସି କେବଳ ଏକାଦଶାହ ପାଇଁ ଅନଲାଇନ ଦରଖାସ୍ତ ପାଇବା କଥା କହିଛନ୍ତି ବିଏମସି ଡେ଼ପୁଟି କମିଶନର କମଲଜିତ ଦାସ।

The post ଭୁବନେଶ୍ୱରରେ ମାତ୍ର ୬୦୦ ସାମାଜିକ ଉତ୍ସବ ହୋଇଛି appeared first on OdishaLIVE.


Viewing all articles
Browse latest Browse all 11715

Trending Articles