Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ଓ ବୋଟାନିକାଲ୍ ଗାର୍ଡେନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ଖୋଲିବ ନନ୍ଦନକାନନ। ଲୋକମାନେ ପୁଣି ପ୍ରାଣୀ ଉଦ୍ୟାନ ବୁଲି ପଶୁପକ୍ଷୀଙ୍କୁ ଦେଖିପାରିବେ। ଏନେଇ ଆଜି ନନ୍ଦନକାନନର ଉପନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନନ୍ଦନକାନନ ସହିତ ଏହା ପାଖରେ ଥିବା ବୋଟାନିକାଲ୍ ପାର୍କ ମଧ୍ୟ ଜନସାଧାରଣଙ୍କ ପାଇଁ ଖୋଲିବ। ଏହି ଦୁଇ ଉଦ୍ୟାନ ଖୋଲିବାକୁ ଆଜି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। କରୋନା ଓ ଲକଡାଉନ୍ କାରଣରୁ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ନନ୍ଦନକାନନ ବନ୍ଦ ରହିଥିଲା। ଲୋକମାନଙ୍କୁ ଏହା ଭିତରକୁ ପ୍ରବେଶ କରିବା ବନ୍ଦ କରାଯାଇଥିଲା। ଏବେ ଏହା ପୁଣିଥରେ ଖୋଲିବା ସହିତ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଆଶା ରଖାଯାଇଛି।

ପର୍ଯ୍ୟଟକମାନେ ମାସ୍କ ଓ କରୋନା ଗାଇଡଲାଇନ୍ ପାଳନ କରି ନନ୍ଦନକାନନ ଆସିବେ। ଏଥିସହିତ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ଗାଇଡଲାଇନ୍ ମଧ୍ୟ ପାଳନ କରାଯିବ ବୋଲି ସୂଚନା ମିଳିଛି।

The post ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ଓ ବୋଟାନିକାଲ୍ ଗାର୍ଡେନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles