Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ଗୁଗୁଲ ମିଟ୍ ପାଇଁ ଦେବାକୁ ପଡ଼ିବ ଟଙ୍କା, ଜାଣନ୍ତୁ ନୂଆ ନିୟମ ବିଷୟରେ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୩୦ ପରେ ଗୁଗୁଲ ମିଟ୍‌କୁ ୧ ଘଣ୍ଟାରୁ ଅଧିକ ସମୟ ବ୍ୟବହାର କଲେ ଟଙ୍କା ଦେବାକୁ ପଡ଼ିବ।

କରୋନା ମହାମାରୀ ସମୟରେ ଅଫିସିଆଲ ମିଟିଂଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ଏବଂ ଓ୍ଵେବିନାର ପର୍ଯ୍ୟନ୍ତ ସବୁଥିରେ ଗୁଗୁଲ ମିଟ୍‌କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହା ଦେୟମୁକ୍ତ ହେବା ସହ ଅଧିକ ଲୋକଙ୍କୁ ଏକାଥରେ ଯୋଡ଼ିପାରେ। କିନ୍ତୁ ଗୁଗୁଲ ନିଜ ଭିଡିଓ କନ୍‌ଫରେନ୍ସିଂ ଆପ୍‌ ଗୁଗୁଲ ମିଟ୍‌କୁ ନେଇ ଏକ ବଡ଼ ଘୋଷଣା କରିଛି। ଗୁଗୁଲ ମିଟ୍‌ର ମାଗଣା ସେବାକୁ ବନ୍ଦ କରିବା ପାଇଁ କମ୍ପାନି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଜାଣନ୍ତୁ ଗୁଗୁଲର ନୂଆ ନିୟମ ବିଷୟରେ..

ଆସନ୍ତା ୩୦ ତାରିଖରୁ କମ୍ପାନି ଗୁଗୁଲ ମିଟ୍‌ର ମାଗଣା ସେବାକୁ ବନ୍ଦ କରିବାକୁ ଯାଉଛି। ୩୦ ତାରିଖ ପରେ କେବଳ ୬୦ ମିନିଟ୍ ଅର୍ଥାତ୍ ୧ ଘଣ୍ଟା ପାଇଁ ଗୁଗୁଲ ମିଟ୍‌ର ମାଗଣା ସେବା ଉପଲବ୍ଧ ହେବ। ଏକ ଘଣ୍ଟା ପରେ ବ୍ୟବହାର କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ।

ସେପ୍ଟେମ୍ବର ୩୦ ପରେ ଗୁଗୁଲ ମିଟ୍‌ର ନୂଆ ପଲିସି ଜିସୁଟ୍ ଓ ଜିସୁଟ୍ ଏଜୁକେସନ ଉପରେ ଲାଗୁ ହେବ ବୋଲି ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ ଯେ, ଜିସୁଟ୍ ମାଧ୍ୟମରେ ୨୫୦ ଲୋକ ଏକା ସହ ଭିଡିଓ କନ୍‌ଫରେନ୍ସିଂ କରିପାରିବେ ଏବଂ ଏକ ଲକ୍ଷ ଲୋକ ଲାଇଭ୍ ଦେଖିପାରିବେ। ଏହା ଛଡ଼ା ମିଟିଂକୁ ରେକର୍ଡ କରି ଗୁଗୁଲ ଡ୍ରାଇଭ୍‌ରେ ସେଭ୍ ବି କରାଯାଇପାରିବ। କିନ୍ତୁ ନୂଆ ନିୟମ ଅନୁସାରେ ଏହି ଫିଚରଗୁଡ଼ିକୁ ବ୍ୟବହାର କରିବା ପାଇଁ ଏଣିକି ଟଙ୍କା ଦେବାକୁ ପଡ଼ିବ। ଇଣ୍ଟରପ୍ରାଇଜେସ୍ ଗ୍ରାହକମାନଙ୍କୁ ପ୍ରତି ମାସରେ ୧,୮୦୦ ଟଙ୍କା ଦେବାକୁ ହେବ।

କରୋନା ମହାମାରୀ ଆରମ୍ଭ ହେବା ପରେ ଯେତେବେଳେ ଭିଡିଓ କନ୍‌ଫରେନ୍ସିଂର ଚାହିଦା ବଢ଼ିଲା ସେତେବେଳେ ଜୁମ୍‌କୁ ବେଶୀ ଲୋକ ବ୍ୟବହାର କରୁଥିଲେ। ଏହାପରେ ଗୁଗୁଲ ମଧ୍ୟ ନିଜ ଭିଡିଓ କନ୍‌ଫରେନ୍ସିଂ ଆପ୍‌ରେ ଅନେକ ଅପ୍‌ଡେଟ୍ ଜାରି କରିଥିଲା।ପ୍ରଥମେ ଗୁଗୁଲ ମିଟ୍‌କୁ କେବଳ ଜିସୁଟ୍ ବ୍ୟବହାରକାରୀ ବ୍ୟବହାର କରିପାରୁଥିଲେ। କିନ୍ତୁ ପରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥିଲା। ଏହା ଏବେ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି।

The post ଏଣିକି ଗୁଗୁଲ ମିଟ୍ ପାଇଁ ଦେବାକୁ ପଡ଼ିବ ଟଙ୍କା, ଜାଣନ୍ତୁ ନୂଆ ନିୟମ ବିଷୟରେ appeared first on OdishaLIVE.


Viewing all articles
Browse latest Browse all 11715

Trending Articles