Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମୋବାଇଲ ବ୍ୟାଟେରି ଜଲ୍‌ଦି ସରୁଛି କି? ଆପଣାନ୍ତୁ ଟପ୍-୫ ଟିପ୍ସ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ଫୋନ୍‌ରେ ଅଧିକ ସମୟ ଯାଏଁ ଚାର୍ଜ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ।

ଆଜିକାଲି ମୋବାଇଲ ଫୋନ୍ ଏକ ଅତ୍ୟାବଶ୍ୟକୀୟ ଜିନିଷରେ ପରିଣତ ହୋଇଛି। ଆଲାର୍ମଠାରୁ ଆରମ୍ଭ କରି ଦେଶ ଦୁନିଆର ଖବର ଜାଣିବା ପର୍ଯ୍ୟନ୍ତ, ଏସବୁ କାମ ପାଇଁ ଅଧିକାଂଶ ଲୋକ ମୋବାଇଲ ଉପରେ ନିର୍ଭର କରନ୍ତି। ତେବେ ମୋବାଇଲ ଚଲାଇବାକୁ ହେଲେ ଏହାକୁ ନିୟମିତ ଚାର୍ଜ କରିବାକୁ ପଡ଼େ। କିନ୍ତୁ ଅନେକ ଲୋକଙ୍କ ଫୋନ୍‌ରୁ ଶୀଘ୍ର ଚାର୍ଜ ସରିଯାଏ। ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ ବିଷୟରେ ଯାହା ଦ୍ଵାରା ଆପଣ ନିଜ ଫୋନ୍‌କୁ ଥରେ ଚାର୍ଜ କରି ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ବ୍ଲୁଟୁଥ୍ ଓ ଲୋକେସନ୍ ସର୍ଭିସ୍‌କୁ ବନ୍ଦ ରଖନ୍ତୁ

GPS ଓ ବ୍ଲୁଟୁଥ୍ ଅନ୍‌ କରି ରଖିଲେ ଫୋନ୍‌ରୁ ବହୁତ ଜଲ୍‌ଦି ଚାର୍ଜ ସରିଥାଏ। ତେଣୁ ଯଦି ଜରୁରୀ ନାହିଁ ତେବେ ନିଜ ଫୋନ୍‌ରେ ଏହି ଦୁଇଟିକୁ ଅଫ୍ କରିଦିଅନ୍ତୁ। ଏହି ଦୁଇ ଫିଚର୍‌କୁ ଆକ୍ସେସ୍ ପ୍ୟାନେଲରୁ ଅନ୍‌-ଅଫ୍ କରାଯାଇପାରିବ।ଡିସ୍‌ପ୍ଲେ ହ୍ଵାଇଟ୍‌ନେସ୍ କମ୍ ରଖନ୍ତୁ

ଡିସ୍‌ପ୍ଲେ ହେଉଛି ମୋବାଇଲର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଯଦି ଆପଣ ନିଜ ଫୋନ୍‌ ଡିସ୍‌ପ୍ଲେର ହ୍ଵାଇଟ୍‌ନେସ୍ ଅଧିକ ରଖିବେ ତେବେ ଆପଣଙ୍କ ବ୍ୟାଟେରି ସରିବ। ତେଣୁ ଜରୁରୀ ନଥିଲେ ସବୁବେଳେ ନିଜ ଡିସ୍‌ପ୍ଲେର ହ୍ଵାଇଟ୍‌ନେସ୍‌କୁ କମ୍ ରଖନ୍ତୁ।

ଅଦରକାରୀ ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ ବନ୍ଦ ରଖନ୍ତୁ

ବ୍ରାକ୍‌ଗ୍ରାଉଣ୍ଡରେ ଥିବା ଆପ୍‌ଗୁଡ଼ିକ ପ୍ରୋସେସରକୁ କାମରେ ଲଗାଇଥାନ୍ତି। ଫଳରେ ବ୍ୟାଟେରିରୁ ଚାର୍ଜ ସରେ। ତେଣୁ ପ୍ରୋସେସର ବ୍ୟବହାର କମ୍ କରିବା ସହ କମ୍ ଚାର୍ଜ ସାରିବାକୁ ହେଲେ ଅଦରକାରୀ ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ଗୁଡ଼ିକୁ ବନ୍ଦକରିଦିଅନ୍ତୁ।ଅଲ୍‌ଓ୍ଵେଜ୍-ଅନ୍ ଡିସ୍‌ପ୍ଲେ ଫିଚର୍‌କୁ ବନ୍ଦ କରନ୍ତୁ

ଏହି ଫିଚର୍ ସହାୟତାରେ ଆମେ ତାରିଖ, ସମୟ ଓ ବ୍ୟାଟେରିର କ୍ଵିକ୍ ଲୁକ୍ ପାଇପାରନ୍ତି। କିନ୍ତୁ ସବୁବେଳେ ଏହି ଫିଚର୍‌କୁ ଅନ୍ ରଖିବା ଦ୍ଵାରା ଫୋନ୍‌ ବ୍ୟାଟେରି ଜଲ୍‌ଦି ଶେଷ ହୁଏ। ତେଣୁ ଏହାକୁ ବନ୍ଦ କରିଦିଅନ୍ତୁ, ନଚେତ୍ ପାଓ୍ଵାର ସେଭିଙ୍ଗ ମୋଡ୍ କରିଦିଅନ୍ତୁ।ଲାଇଭ୍ ଓ୍ଵାଲ୍‌ପେପର ବ୍ୟବହାର କରନ୍ତୁନି

ଲାଇଭ୍ ଓ୍ଵାଲ୍‌ପେପର ବ୍ୟବହାର କରିବା ସମୟରେ ଏଥିରେ ଅଧିକ ଫ୍ରିକ୍ଵେନ୍ସିରେ ଡିସ୍‌ପ୍ଲେ ଅପ୍‌ଡେଟ୍ ହୋଇଥାଏ। ଏହାଦ୍ଵାରା ଅଧିକ ଚାର୍ଜ ସରିଥାଏ। ତେଣୁ ଲାଇଭ୍ ଓ୍ଵାଲ୍‌ପେପର ବ୍ୟବହାରଠାରୁ ଦୂରେଇ ରୁହନ୍ତୁ।

The post ମୋବାଇଲ ବ୍ୟାଟେରି ଜଲ୍‌ଦି ସରୁଛି କି? ଆପଣାନ୍ତୁ ଟପ୍-୫ ଟିପ୍ସ appeared first on OdishaLIVE.


Viewing all articles
Browse latest Browse all 11715

Trending Articles