Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍ସରେ ହେବ ଟ୍ୟୁମର ଅପରେସନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

“ମୋ ହାତ ଟିକେ ଭଲ କରି ଦିଅନ୍ତୁ। ମୁଁ ଆଉ ଏ କଷ୍ଟ ସହି ପାରୁନି। ମୋତେ କେହି ସାହାଯ୍ୟ କରନ୍ତୁ। ଡାକ୍ତର କହୁଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଖର୍ଚ୍ଚ ହେବ, ନହେଲେ ମୋ ହାତ କଟାହେବ। ମୋ ପରିବାରରେ ଲୋକଙ୍କ ପାଖରେ ଏତେ ଟଙ୍କା ନାହିଁ। ଆପଣମାନେ କେହି ମୋତେ ଦୟା କରନ୍ତୁ…”ପୁରୀ ଜିଲ୍ଲା ସଦର ବ୍ଲକ ବାଲିପଡ଼ା ଗାଁର କୁନି ପଣ୍ଡା। ବୟସ ୨୪ ବର୍ଷ। ପରିବାର କହିଲେ ବିଧବା ମାଆ ଆଉ ସାନ ଭାଇଟିଏ। କୁନିଙ୍କ ହାତରେ ଟ୍ୟୁମରଟିଏ ହୋଇଛି। ସାତ ମାସ ହେଲା ଟ୍ୟୁମରଟି ବଢ଼ି ବଢ଼ି ଏବେ ଅସହ୍ୟ କଷ୍ଟରେ ଯୁଜୁଛନ୍ତି କୁନି। ହେଲେ ଚିକିତ୍ସା କରାଇବାକୁ ପାଖରେ ପଇସାଟିଏ ନାହିଁ।

ସାନ ଭାଇର ଏକୁଟିଆ ରୋଜଗାରରେ ପୁରା କୁଟୁମ୍ଵ ଚଳିଥାଏ। କରୋନା ପାଇଁ ଏବେ ସେତକ ବି ଠିକ୍‌ରେ ମିଳୁନି। ଯାହା ଯେତିକି ଥିଲା ସବୁ କୁନି ହାତର ଟ୍ୟୁମର ଟେଷ୍ଟ ବାବଦରେ ଖର୍ଚ୍ଚ ହୋଇଯାଇଛି। ଡାକ୍ତର କହିଛନ୍ତି ଅପରେସନ ନ କଲେ ହାତ କାଟିବାକୁ ପଡ଼ିବ। ଶେଷରେ ହାତ ଅପରେସନ ପାଇଁ ସାହାଯ୍ୟ ଆଶାରେ ସୋସିଆଲ ମିଡିଆରେ ନିବେଦନ କରି ଭିଡିଓଟିଏ ପୋଷ୍ଟ କରିଥିଲେ କୁନି।

ସୋସିଆଲ ମିଡିଆର ଏହି ଭିଡିଓଟି ଦେଖିବାପରେ ଏବେ କୁନିକୁ ସାହା ହୋଇଛନ୍ତି ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର। ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ କୁନିଙ୍କ ପାଇଁ ସମସ୍ତ ଚିକିତ୍ସାର ବନ୍ଦୋବସ୍ତ କରାଇଦେଇଛନ୍ତି ସବ୍ୟ। ଏବେ କୁନିଙ୍କ ଚିକିତ୍ସାରେ ଟଙ୍କା ବାଧକ ସାଜିବ ନାହିଁ। ଚିକିତ୍ସା ପରେ ପୁଣି ନିଜ ହାତ ଫେରି ପାଇବେ କୁନି।ତେବେ ଏହା ଥରେ କି ଦୁଇଥର ନୁହେଁ, ଯିଏ ଯେଉଁଠି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସବ୍ୟ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ତାଙ୍କର ଏପରି ମହନୀୟତା ପାଇଁ ତାଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

The post କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍ସରେ ହେବ ଟ୍ୟୁମର ଅପରେସନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images