Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା –ଉତ୍ତରରେ ସନ୍ତୁଷ୍ଟ ନୁହେଁ ଏନ୍‌ସିବି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ନେଇ ଦୀର୍ଘ ସାଢ଼ ୫ ଘଣ୍ଟା ପଚରାଉଚରା ପରେ ଏନ୍‌ସିବି ଅଫିସରୁ ବାହାରିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। କିନ୍ତୁ ତାଙ୍କ ଉତ୍ତରରେ ଏନସିବି ସନ୍ତୁଷ୍ଟ ନୁହେଁ ବୋଲି ଜଣାପଡ଼ିଛି। ତେଣୁ ଦୀପିକାଙ୍କୁ ପୁଣିଥରେ ଜେରା ପାଇଁ ଏନସିବି ଡକାଇ ପାରେ ବୋଲି କୁହାଯାଉଛି।

ତେବେ ଡ୍ରଗ୍ସକୁ ନେଇ ମ୍ୟାନେଜର କରିସ୍ମାଙ୍କ ସହ ହ୍ୱାଟ୍ସଆପରେ ହୋଇଥିବା ଚାଟକୁ ଆଜି ଏନସିବି ଆଗରେ ସ୍ୱୀକାର କରିଛନ୍ତି  ଦୀପିକା। ହେଲେ ସେ ଡ୍ରଗ୍ସ ସେବନ କରିନାହାନ୍ତି ବୋଲି ଏନସିବିକୁ କହିଛନ୍ତି।

ଅନ୍ୟପଟେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଶ୍ରଦ୍ଧାଙ୍କୁ ମଧ୍ୟ ଜେରା ଚାଲିଛି। ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ସାରା ସ୍ୱୀକାର କରିଥିଲା ବେଳେ ସୁଶାନ୍ତ ସୁଟିଂ ସେଟରେ ଡ୍ରଗ୍ସ ନେଉଥିଲେ ଶ୍ରଦ୍ଧା କହିଛନ୍ତି। ଉଭୟ ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି ଏନ୍‌ସିବିକୁ କହିଛନ୍ତି।

The post ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା – ଉତ୍ତରରେ ସନ୍ତୁଷ୍ଟ ନୁହେଁ ଏନ୍‌ସିବି appeared first on OdishaLIVE.


Viewing all articles
Browse latest Browse all 11715

Trending Articles