Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନଡ୍ଡାଙ୍କ ନୂଆ ଟିମ୍ – ନିଯୁକ୍ତ ହେଲେ ୧୨ ଉପ-ସଭାପତି, ୮ ସାଧାରଣ ସମ୍ପାଦକ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଅଧ୍ୟକ୍ଷ ହେବାର ନଅ ମାସ ପରେ ନିଜର ନୂଆ ଟିମ୍ ଘୋଷଣା କଲେ ଜେପି ନଡ୍ଡା। ଭାରତୀୟ ଜନତା ପାର୍ଟି ଆଜି ନିଜର ନୂଆ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କରିଛି। ନଡ୍ଡାଙ୍କ ଏହି ଟିମରେ ୧୨ ଜଣ ଉପ-ସଭାପତି ରହିବା ସହିତ ୮ ଜଣ ସାଧାରଣ ସମ୍ପାଦକ ରହିଛନ୍ତି।

ବିଜେପିର ଉପ-ସଭାପତି ତାଲିକାରେ ଛତିଶଗଡ଼ର ରମଣ ସିଂହ, ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆ, ବିହାରର ରାଧାମୋହନ ସିଂହ, ଝାଡ଼ଖଣ୍ଡର ରଘୁବର ଦାସ ପ୍ରମୁଖ ରହିଥିବାବେଳେ ଓଡ଼ିଶାରୁ ବୈଜୟନ୍ତ ପଣ୍ଡା ପୁଣିଥରେ ଉପ-ସଭାପତି ପଦରେ ରହିଛନ୍ତି।

ସେହିପରି ସାଧାରଣ ସମ୍ପାଦକ ପଦବୀରେ ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, ଦୁଷ୍ମନ୍ତ କୁମାର ଗୌତମ ପ୍ରମୁଖ ରହିଥିବାବେଳେ ଦିଲ୍ଲୀର ବିଏଲ ସନ୍ତୋଷଙ୍କୁ ଦଳ ସାଙ୍ଗଠନିକ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହିତ ଦଳ ରାଷ୍ଟୀୟ ସହ ସଙ୍ଗଠନ ସମ୍ପାଦକ, ରାଷ୍ଟ୍ରୀୟ ମନ୍ତ୍ରୀ, କୋଷାଧ୍ୟକ୍ଷ, ସହ କୋଷାଧ୍ୟକ୍ଷ ପ୍ରମୁଖଙ୍କୁ ନିଯୁକ୍ତ କରିଛି।

ସାଂସଦ ତେଜସ୍ୱୀ ସୂରିୟାଙ୍କୁ ଦଳ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ସେହିପରି ଡକ୍ଟର କେ ଲକ୍ଷ୍ମଣଙ୍କୁ ଓବିସି ମୋର୍ଚ୍ଚା, ସାଂସଦ ରାଜକୁମାର ଚାହରଙ୍କୁ କୃଷକ ମୋର୍ଚ୍ଚା, ଲାଲ ସିଂହ ଆର୍ଯ୍ୟଙ୍କୁ ଅନୁସୂଚିତ ଜାତି ଓ ସମୀର ଓରାଂବଙ୍କ ଅନୁସୂଚିତ ଜନଜାତିର ଅଧ୍ୟକ୍ଷ ଭାବେ ଦଳ ନିଯୁକ୍ତ କରିଛି।

ଏହି ତାଲିକାରେ ବିଜେପି ନିଜର ରାଷ୍ଟ୍ରୀୟ ମୁଖପାତ୍ରମାନଙ୍କୁ ମଧ୍ୟ ନିଯୁକ୍ତ କରିଛି। ଦଳ ଏଥର ମୋଟ ୨୩ ଜଣ ମୁଖପାତ୍ରଙ୍କ ନାଁ ଘୋଷମା କରିଛି। ଏଥିରେ ଓଡ଼ିଶାର ଡାକ୍ତର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତ ଷଡ଼ଙ୍ଗୀ ରହିଛନ୍ତି।

The post ନଡ୍ଡାଙ୍କ ନୂଆ ଟିମ୍ – ନିଯୁକ୍ତ ହେଲେ ୧୨ ଉପ-ସଭାପତି, ୮ ସାଧାରଣ ସମ୍ପାଦକ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images