Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ, ୪୨୧ ସୁସ୍ଥ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ
  • ୧୦୪ କ୍ୱାରେଣ୍ଟାଇନରୁ,୨୩୮ ଲୋକାଲ୍ କେସ୍
  • ମୋଟ ପଜିଟିଭ୍ ସଂଖ୍ୟା ୧୮,୨୬୭କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୪୨ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୦୪ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୩୮ ଲୋକାଲ୍ କେସ୍ ବୋଲି ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରର ଶୈଳଶ୍ରୀ ବିହାର, ନୟାପଲ୍ଲୀ, ବରମୁଣ୍ଡା, ମଞ୍ଚେଶ୍ୱର ଗାଁ, ବିଡିଏ କଲୋନୀ, ୟୁନିଟ୍ ୯, ପଟିଆ ଗାଁ ଆଦି ଅଞ୍ଚଳରୁ ଏକାଧିକ ଲୋକାଲ୍ କେସ୍ ସାମନାକୁ ଆସିଛି। ବିଶେଷକରି ୨୩୮ ଜଣ ଲୋକାଲ୍ କେସ୍ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି କରିଛି।

ଅନ୍ୟପଟେ ଆଜି ଭୁବନେଶ୍ୱର ୪୨୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୪ ହଜାର ଟପିଛି।

ଏଯାବତ ଭୁବନେଶ୍ୱରରୁ ମୋଟ ୧୮,୨୬୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୪,୦୫୨ ରୋଗୀ ସୁସ୍ଥ ହୋଇସାରିଲେଣି। ରାଜଧାନୀରେ ଏବେ ବି ୪୧୩୩ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।

The post ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ, ୪୨୧ ସୁସ୍ଥ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images