ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଆତଙ୍କ ଯୋଗୁଁ ଗତ କିଛି ମାସ ଧରି ଶିକ୍ଷା ଅନୁଷ୍ଠାନଠାରୁ ଆରମ୍ଭ କରି ସିନେମା ହଲ୍ ଓ ତୀର୍ଥସ୍ଥାନ ପର୍ଯ୍ୟନ୍ତ ସବୁ ବନ୍ଦ ରହିଛି। ତେବେ କିଛି ମନ୍ଦିର ଏବେ ନିୟମ ଭିତରେ ରହି ଭକ୍ତଙ୍କୁ ସ୍ୱାଗତ ଜଣାଇଲେଣି। ଏଥିମଧ୍ୟରେ ଖୋଲିଛି ମହାରାଷ୍ଟ୍ରର ଖଣ୍ଡୋବା ମନ୍ଦିର। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ମନ୍ଦିର ଖୋଲିବା ପରେ ଏହାର ଗର୍ଭଗୃହକୁ ଏକ ଅଦ୍ଭୁତ ଉପାୟରେ ସଜା ଯାଇଥିଲା।
ଲକଡାଉନ ସମୟରେ ଭକ୍ତଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ଏହି ମନ୍ଦିର ଖୋଲାଯାଇଥିଲା। ଏହାପରେ ମନ୍ଦିରକୁ ଅଙ୍ଗୁର ଫଳରେ ସୁନ୍ଦର ଭାବେ ସଜା ଯାଇଥିଲା। ଏଠାରେ ପ୍ରାୟ ୧୦୧ କ୍ୱିଣ୍ଟାଲ୍ ଅଙ୍ଗୁର ଭଗବାନଙ୍କୁ ଅର୍ପଣ କରାଯାଇଥିଲା। ପରେ ଭୋଗ ଲାଗିଥିବା ଏହି ଅଙ୍ଗୁରକୁ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀ ଓ ରିଲିଫ୍ କ୍ୟାମ୍ପ ମାନଙ୍କରେ ମଧ୍ୟରେ ବଣ୍ଟା ଯାଇଥିଲା।
ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜେଜୁରି ନଗରରେ ଅବସ୍ଥିତ ଏହି ଖଣ୍ଡୋବା ମନ୍ଦିର। ପାହାଡ଼ଠାରୁ ପ୍ରାୟ ୭୧୮ ମିଟର ଉଚ୍ଚରେ ଥିବା ଏହି ମନ୍ଦିରରେ ପୂଜା ପାଆନ୍ତି ବିରାଜମାନ ଦେବତା। ଏହା ଶିବଙ୍କ ଅନ୍ୟ ଏକ ରୂପ ବୋଲି କୁହାଯାଏ। ଏହି ମନ୍ଦିରରେ ଘୋଡ଼ା ଉପରେ ବସିଥିବା ଖଣ୍ଡେବାଙ୍କ ମୂର୍ତ୍ତି ବହୁକାଳରୁ ପୂଜା ପାଇ ଆସୁଛନ୍ତି।
The post ଲକଡାଉନରେ ଖୋଲିଲା ମହାରାଷ୍ଟ୍ରର ଖଣ୍ଡୋବା ମନ୍ଦିର, ଭଗବାନଙ୍କୁ ଚଢ଼ାଗଲା ୧୦୧ କ୍ୱିଣ୍ଟାଲ୍ ଅଙ୍ଗୁର appeared first on OdishaLIVE.