ଓଡ଼ିଶାଲାଇଭ୍ ବ୍ୟୁରୋ![]()
ବ୍ରହ୍ମପୁରରେ ଏକ ବାହାଘର ଉତ୍ସବରେ କୋଭିଡ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ଉଭୟ ପୁଅ ଓ ଝିଅ ଘରର ଲୋକ। ବାହାଘରରେ କୋଭିଡ ନିୟମ ଭାଙ୍ଗି ରୋଶଣୀ କରି ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବାରୁ ଉଭୟ ପକ୍ଷରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହିତ ଉଭୟ ପକ୍ଷ ବିରୋଧରେ ମାମଲା ରୁଜୁ ହେବା ସହିତ ସଂପୃକ୍ତ ହୋଟେଲ ମାଲିକଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି।
ଶୁକ୍ରବାର ଗୋପାଳପୁରସ୍ଥିତି ଏକ ପଞ୍ଚ ତାରକା ହୋଟେଲରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବର ରୋଶଣୀ କରି ଯାଉଥିଲା ବେଳେ ଡିଜେରେ କମ୍ପିଥିଲା ପୂରା ଅଞ୍ଚଳ।
ଏହି ଉତ୍ସବରେ ବର, ବରଯାତ୍ରୀ କେହି ବି ମାସ୍କ ପିନ୍ଧିନଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ତହସିଲଦାର ଘଟଣାର ତଦନ୍ତ କରିଥିଲେ।
ଗୋଟିଏ ପଟେ ରାଜ୍ୟରେ ହୁ ହୁ ହୋଇ କରୋନା ବଢ଼ୁଥିଲା ବେଳେ ଏହି ବାହାଘରରେ କୋଭିଡ କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଛି। ବିବାହ ପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ନେଇଥିଲେ ମଧ୍ୟ ଉଭୟ ପକ୍ଷ ନିୟମ ମାନିନଥିଲେ।
The post ବାହାଘରରେ ଭାଙ୍ଗିଲା କୋଭିଡ ନିୟମ – ଉଭୟ ପକ୍ଷକୁ ୫୦ ହଜାର ଟଙ୍କା ଜରିମାନା appeared first on OdishaLIVE.