Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ଆଉ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ୫୭୦୫ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭, ଗଜପତିରୁ ୧୯, କଟକରୁ ୧୮, ଜଗତସିଂହପୁରରୁ ୧୮, ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୧୨, ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡ଼ରୁ ୭, ମୟୂରଭଞ୍ଜରୁ ୬, ରାୟଗଡ଼ାରୁ ୫ , ପୁରୀରୁ ୨, ବାଲେଶ୍ୱର ଓ କନ୍ଧମାଳରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୮୧୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୫୭୦୫ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇସାରିଲେଣି।

The post ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ appeared first on OdishaLIVE.


Viewing all articles
Browse latest Browse all 11715

Trending Articles