ଓଡ଼ିଶାଲାଇଭ୍ ବ୍ୟୁରୋ![]()
ହାତୀ ନାଁରେ ଲେଖି ଦେଲେ ସବୁ ସମ୍ପତ୍ତି। ଏଭଳି କଥା ନା ଆଗରୁ କେହି ଶୁଣିଥିବେ, ନା ଦେଖିଥିବେ। ବିହାର ପାଟନାରେ ଏଭଳି ବିରଳ ଘଟଣା ଘଟିଛି।
ପୋଷିଥିବା ୨ ହାତୀ ମୋତି ଏବଂ ରାଣୀ ନାଁରେ ନିଜର ସବୁ ସମ୍ପତ୍ତି ଲେଖି ଦେଇଛନ୍ତି ପାଟନାର ଅଖତର ଇମାମ ନାମକ ଜଣେ ବ୍ୟକ୍ତି। ଅଖତରଙ୍କ ମୃତ୍ୟୁ ପରେ ମୋତି ଏବଂ ରାଣୀ ଯେଭଳି ଅବହେଳିତ ନ ହୁଅନ୍ତି ସେଥିଲାଗି ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।
ମଣିଷଠାରୁ ପଶୁମାନେ ଅଧିକ ବିଶ୍ୱସ୍ତ। ଏଥିଲାଗି ସେ ଦୀର୍ଘ ବର୍ଷରୁ ହାତୀଙ୍କ ସୁରକ୍ଷା ପାଇଁ ସେ ଦୀର୍ଘ ବର୍ଷରୁ ଦାବି କରିଆସୁଛନ୍ତି। ଏବେ ସେ ତାଙ୍କ ସମ୍ପତ୍ତି ହାତୀଙ୍କ ନାଁରେ ଲେଖି ଦେବା ପରେ ଚର୍ଚ୍ଚାକୁ ଆସିଛନ୍ତି।
ଅଖତରଙ୍କ ପୋଷା ହାତୀ ମୋତିକୁ ଏବେ ୧୫ ବର୍ଷ ଏବଂ ରାଣୀକୁ ୨୦ ବର୍ଷ ବୟସ। ହାତୀ ଦୁଇଟି ଅଖତର ଇମାମଙ୍କ ସହ ସର୍ବଦା ରହନ୍ତି। ଅଖତର ସେମାନଙ୍କ ଗାଧୋଇବା, ଖାଇବା ସମସ୍ତ ଯତ୍ନ ନିଅନ୍ତି।
The post ପଶୁପ୍ରେମୀ – ୨ ହାତୀଙ୍କ ନାଁରେ ଲେଖି ଦେଲେ ସବୁ ସମ୍ପତ୍ତି appeared first on OdishaLIVE.