ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଲକ୍ଡାଉନ ପରଠାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ରହୁଛନ୍ତି। ସେ ତାଙ୍କ ପରିବାର ସହ ଦିଲ୍ଲୀର ଏକ ବାସଭବନରେ ବହୁଥିଲେ। ହେଲେ ଗତ ୪ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ କରୋନା ପଜିଟିଭ ଆସିବା ପରେ ଚିକିତ୍ସା କରାଯାଉଛି। ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।
ନିକଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ। ବର୍ତ୍ତମାନ ବିଜେପି ତାଙ୍କୁ ବିଜେପି ମଧ୍ୟପ୍ରଦେଶରୁ ରାଜ୍ୟସଭା ଟିକେଟ ଦେଇଛି।
The post ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି appeared first on OdishaLIVE.