Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁବନେଶ୍ଵରରୁ ଆଉ ୪ ପଜିଟିଭ୍‌ ଚିହ୍ନଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଚିହ୍ନଟ ହୋଇଥିବା ୧୪୬ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ଵରରୁ ୪ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ।

ଆଜି ଖୋର୍ଦ୍ଧାରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ଵରର ୪ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ୪ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଥିଲେ। ସେମାନଙ୍କର କୌଣସି ଲୋକାଲ କଣ୍ଟାକ୍ଟ ନାହିଁ।

ଚିହ୍ନଟ ୪ ଜଣ ହେଲେ ଚନ୍ଦ୍ରଶେଖରପୁରର ଜଣେ ୨୮ ବର୍ଷିୟ ଯୁବକ। ସେ ହାଇଦ୍ରାବାଦରୁ ଫେରିଥିଲେ। ଅନ୍ୟ ଜଣେ ହେଲେ ଡୁଡୁମା ଅଞ୍ଚଳର ଜଣେ ୨୯ ବର୍ଷିୟ ଯୁବକ। ସେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଅନ୍ୟ ଦୁଇଜଣ ହେଲେ ପଟିଆ ଅଞ୍ଚଳର ଜଣେ ମହିଳା ଓ ଜଣେ ପୁରୁଷ। ସେମାନେ ଦିଲ୍ଲୀରୁ ଫେରିଥିଲେ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ ହୋଇଥିବା ବେଳେ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୧୩୬ ସକ୍ରିୟ ଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି।

The post ଭୁବନେଶ୍ଵରରୁ ଆଉ ୪ ପଜିଟିଭ୍‌ ଚିହ୍ନଟ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images