Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ଆମେରିକାରେ ହିଂସା, ସୈନ୍ୟ ମୁତୟନ ପାଇଁ ଧମକ ଦେଲେ ଟମ୍ପ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ବର୍ଣ୍ଣବୈଷମ୍ୟର ଶିକାର ହୋଇ ପ୍ରାଣ ହରାଇଥିବା ଜର୍ଜ ଫ୍ଲଏଡଙ୍କୁ ନ୍ୟାୟ ଦେବା ପାଇଁ ଏବେ ବି ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ କିନ୍ତୁ ସ୍ଥିତି ସମ୍ଭାଳିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାସ୍ତା ଉପରେ ଦେଶର ସୈନ୍ୟବାହିନୀଙ୍କୁ ମୁତୟନ କରିବାକୁ ଧମକ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, “ମୁଁ ଆଇନଶୃଙ୍ଖଳା ରକ୍ଷା କରୁଥିବା ଜଣେ ରାଷ୍ଟ୍ରପତି। ହିଂସା, ଲୁଟ୍, ଭଙ୍ଗାରୁଜା, ଆକ୍ରମଣକୁ ରୋକିବାକୁ ମୁଁ ଏବେ ସଶସ୍ତ୍ର ସୈନିକମାନଙ୍କୁ ପଠାଉଛି। ଯେଉଁମାନେ ଦେଶର ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଅନ୍ୟପଟେ ଦେଶରେ ହିଂସାକୁ ରୋକିବା ପାଇଁ ୨୩ଟି ରାଜ୍ୟରେ ୧୭ ହଜାର ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏହି ଗାର୍ଡ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷା କରିବେ ବୋଲି କୁହାଯାଇଛି। ଯେଉଁମାନେ କିଛି ବି ବିରୋଧ ପ୍ରଦର୍ଶନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବବୋଲି କୁହାଯାଇଛି।

କିଛି ଦିନ ତଳେ ଆମେରିକାରେ ଜର୍ଜ ଫ୍ଲଏଡ୍ ନାମକ ଜଣେ ବ୍ୟକ୍ତି ବର୍ଣ୍ଣବୈଷମ୍ୟର ଶିକାର ହୋଇ ପୋଲିସ୍ ହେପାଜତରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ଏବେ ଆମେରିକାରେ ସ୍ଥିତି ଗମ୍ଭୀର ହୋଇଛି। ଲୋକମାନେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହିତ ହ୍ୱାଇଟ୍ ହାଉସ୍ ସମ୍ମୁଖରେ ବକ୍ଷୋଭ କରିଛନ୍ତି। ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ଦୋକାନ ପତ୍ର ଲୁଟ୍ କରିବା ଭଳି ଘଟଣା ମଧ୍ୟ ସାମନାକୁ ଆସିଛି।

The post ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ଆମେରିକାରେ ହିଂସା, ସୈନ୍ୟ ମୁତୟନ ପାଇଁ ଧମକ ଦେଲେ ଟମ୍ପ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images