Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପଙ୍ଗପାଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ –ସୀମାନ୍ତ ଜିଲ୍ଲାକୁ ଆଲର୍ଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଙ୍ଗପାଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ। ରାଜ୍ୟର ସୀମାନ୍ତ ଜିଲ୍ଲାକୁ ପଙ୍ଗପାଳ ନେଇ ଆଲର୍ଟ ଜାରି କରାଯାଇଛି। ଏନେଇ ସମୀକ୍ଷା ପରେ କୃଷି ବିଭାଗ ସ୍ଵତନ୍ତ୍ର ସଚିବ ଏସ୍‌କେ ବଶିଷ୍ଟ ସୂଚନା ଦେଇଛନ୍ତି।

ସଚିବ କହିଛନ୍ତି ଯେ ପଙ୍ଗପାଳ ଛତିଶଗଡ଼ କୋରିଆ ଜିଲ୍ଲାରୁ ମଧ୍ୟପ୍ରଦେଶ ପଳାଇଛନ୍ତି। ହେଲେ ଆମେ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାକୁ ଆଲର୍ଟ କରିଛୁ। ଏହାସହ ୧୫ ଲକ୍ଷ ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛୁ। ଅନ୍ୟ ରାଜ୍ୟର ସରକାରଙ୍କ ସହ ମଧ୍ୟ ଏନେଇ ଯୋଗାଯୋଗ କରାଯାଉଛି।

ଅନ୍ୟପକ୍ଷରେ ପଙ୍ଗପାଳ ଓଡ଼ିଶା ଆସିପାରନ୍ତି ବୋଲି କୃଷି ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର ସୂଚନା ଦେଇଛନ୍ତି। ପଙ୍ଗପାଳ ବର୍ତ୍ତମାନ ଓଡ଼ିଶା ଆସି ନାହାନ୍ତି। ଓଡ଼ିଶା ଆସିବାର ସମ୍ଭାବନା ରହିଛି ତେଣୁ ଏନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୃଷି ନିର୍ଦ୍ଦେଶକ କହିଛନ୍ତି।

ପଙ୍ଗପାଳ ଦଳ ସୋମବାର ମଧ୍ୟପ୍ରଦେଶରୁ ଛତିଶଗଡ଼ର କୋରିଆ ଜିଲ୍ଲାକୁ ଆସିଥିଲେ। ଏହାପରେ ପଙ୍ଗପାଳ କୋରିଆ ଜିଲ୍ଲା ଭରତପୁର ନିକଟ ଜଙ୍ଗଲରେ ରହିଥିଲେ। ତେବେ ଏମାନେ ଓଡ଼ିଶା ଆସିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏବେ ସେମାନେ ପୁଣି ମଧ୍ୟପ୍ରଦେଶ ଫେରି ଯାଇଛନ୍ତି।

The post ପଙ୍ଗପାଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ – ସୀମାନ୍ତ ଜିଲ୍ଲାକୁ ଆଲର୍ଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles