Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସିଆଇଆଇ ବାର୍ଷିକ ସମ୍ମିଳନୀରେ କହିଲେ ମୋଦୀ – ‘‘ବ୍ୟବସାୟୀମାନେ ଗୋଟେ ପାଦ ବଢ଼ାନ୍ତୁ, ସରକାର ଚାରି ପାଦ ବଢ଼ାଇବେ’’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ମୁଁ ବ୍ୟବସାୟୀମାନଙ୍କ ସହିତ ସବୁବେଳେ ରହିଛି। ଭାରତର ଶିଳ୍ପ କେମିତି ଅଗକୁ ଯିବ ସେଥିପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରୁଛନ୍ତି। ଭାରତୀୟ ଶିଳ୍ପକୁ ଆହୁରି ଆଗକୁ ନେବାକୁ ହେଲେ ବ୍ୟବସାୟୀମାନେ ଆଗକୁ ଆସିବା ଦରକାର। ସେମାନେ ଗୋଟେ ପାଦ ଆଗକୁ ଆସନ୍ତୁ, ସରକାର ଚାରି ପାଦ ବଢ଼ାଇବେ’’, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ଲକ୍‌ଡାଉନ୍‌ ବେଳେ ବେହାଲ ହୋଇଯାଇଥିବା ଭାରତୀୟ ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

‘‘ତିନି ମାସ ତଳେ ଭାରତରେ ଗୋଟିଏ ବି ପିପିଇ କିଟ୍‌ ତିଆରି ହୋଇପାରୁ ନଥିଲା। କିନ୍ତୁ ଏବେ ପ୍ରତିଦିନ ୩ ଲକ୍ଷ କିଟ୍‌ ତିଆରି ହେଉଛି। ଆତ୍ମନିର୍ଭର ଭାରତ ଅଭିଯାନରେ ଯାହା ଘୋଷଣା ହୋଇଛି ତାକୁ ସାକାର କରିବା ଲାଗି କେନ୍ଦ୍ର ସରକାର ତତ୍ପର ଅଛନ୍ତି। ସିଆଇଆଇ ସବୁ ସେକ୍ଟରକୁ ନେଇ ଏକ ଯୋଜନା ପ୍ରସ୍ତୁତ କରନ୍ତୁ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଆହୁରି କହିଥିଲେ ଯେ, କରାନା ଭୟ ଏବେ ଦୂର ହୋଇନି। କରୋନା ସଙ୍କଟ ଭିତରେ ଆମକୁ ଦେଶର ଅର୍ଥନୀତିକୁ ଦେଖିବାକୁ ପଡ଼ିବ। ଆମର ଦେଶର ଟାଲେଣ୍ଟ ଏବଂ ଟେକ୍ନୋଲୋଜି ଉପରେ ଆମର ଯଥେଷ୍ଟ ଭରସା ଅଛି। ଆମେ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ବୋଲି ମୋର ବିଶ୍ୱାସ ଅଛି।

ସାରା ବିଶ୍ୱରେ ଯେତେବେଳେ କରୋନା ଭାଇରସ୍‌ର ଆତଙ୍କ ଥିଲା ସେତେବେଳେ ଭାରତ ବଡ଼ ପଦକ୍ଷେପ ନେଇଥିଲା। ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରି ଭାରତ କରୋନା ମୁକାବିଲା କରିଥିଲା। ଫଳରେ ଭାରତ କରୋନା ମୁକାବିଲାରେ ଭଲ ସ୍ଥିତିରେ ରହିପାରିଛି। ଏବେ ଅର୍ଥ ବ୍ୟବସ୍ଥାକୁ କେମିତି ସୁଦୃଢ଼ କରାଯିବ ସେଥିପାଇଁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି।

ଦେଶକୁ ଆତ୍ମନିର୍ଭର କରିବା ପାଇଁ ୫ଟି ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ୫ ଆଇ ଫର୍ମୁଲାକୁ ଆପଣାଇବାକୁ ପଡ଼ିବ। Intent, Inclusion, Investment, Infrastructure ଏବଂ Innovation ଫର୍ମୁଲାରେ କାମ କରିବାକୁ ପଡ଼ିବ।

The post ସିଆଇଆଇ ବାର୍ଷିକ ସମ୍ମିଳନୀରେ କହିଲେ ମୋଦୀ – ‘‘ବ୍ୟବସାୟୀମାନେ ଗୋଟେ ପାଦ ବଢ଼ାନ୍ତୁ, ସରକାର ଚାରି ପାଦ ବଢ଼ାଇବେ’’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images