ଓଡ଼ିଶାଲାଇଭ୍ ବ୍ୟୁରୋ![]()
ସୋମବାର ସମସ୍ତଙ୍କଠାରୁ ଅନ୍ତିମ ବିଦାୟ ନେଇଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନ। ମୁମ୍ବାଇସ୍ଥିତ ବର୍ସୋବା ସମାଧିସ୍ଥଳରେ ଓ୍ୱାଜିଦଙ୍କ ଅନ୍ତିମ ସଂସ୍କାର ହୋଇଛି। ଅଭିନେତା ଇରଫାନଙ୍କୁ ମଧ୍ୟ ଏହି ସମାଧିସ୍ଥଳରେ ଅନ୍ତିମ ସଂସ୍କାର କରାଯାଇଥିଲା। ଓ୍ୱାଜିଦଙ୍କୁ ବିଦାୟ ଦେବା ପାଇଁ ସମାଧିସ୍ଥଳରେ ତାଙ୍କ ଭାଇ ସାଜିଦ, ପତ୍ନୀ ଓ ପରିବାର ଲୋକଙ୍କ ସମତେ ଅଳ୍ପ କିଛି ଘନିଷ୍ଠ ଲୋକ ପହଞ୍ଚିଥିଲେ। ଓ୍ୱାଜିଦଙ୍କ ଭାଇ ସାଜିଦ ସମାଧିସ୍ଥଳରେ ଭୋ ଭୋଇ କାନ୍ଦୁଥିବାରୁ ଦେଖିବାକୁ ମିଳିଛି।
ସାଜିଦ ଏବଂ ୱାଜିଦ ଏକତ୍ର ସେମାନଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଦୁହେଁ ଏକାଠି ସଙ୍ଗୀତ ନିର୍ଦ୍ଦେଶନ ଦେଉଥିଲେ।ୱାଜିଦ ଅନେକ ଫିଲ୍ମରେ ଗୀତ ଗାଇଥିଲେ। ଏବେ ଓ୍ୱାଜିଦଙ୍କ ବିୟୋଗ ଫଳରେ ଏହି ଯୋଡ଼ି ଭାଙ୍ଗି ଯାଇଛି।
କିଡନୀ ଏବଂ ଗଳା ସଂକ୍ରମଣ ହେତୁ ତାଙ୍କୁ ଗତ ଦୁଇ ତିନି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ବି ସଂକ୍ରମିତ ହୋଇଥିଲେ । ୱାଜିଦ୍ ଗତ ତିନି ଦିନ ଧରି ଭେଣ୍ଟିଲେଟରରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ରବିବାର ରାତିରେ ସେ ନିଶ୍ୱାସ ତ୍ୟାଗ କରିଥିଲେ।
The post ଭାଙ୍ଗିଗଲା ଯୋଡ଼ି – ଓ୍ୱାଜିଦଙ୍କୁ ଅନ୍ତିମ ବିଦାୟ ଦେଲା ବେଳେ ଭୋ ଭୋ ହୋଇ କାନ୍ଦିଲେ ଭାଇ ସାଜିଦ appeared first on OdishaLIVE.