Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଇଞ୍ଜିନିୟରରୁ ଅଭିନେତା –ଜାଣନ୍ତୁ ମହାଭାରତର ସକୁନିଙ୍କ ସଫର୍‌

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୩ରେ ଷ୍ଟାରପ୍ଲସରେ ଟେଲିକାଷ୍ଟ ହୋଇଥିବା ମହାଭାରତରେ ସକୁନି ମାମାଙ୍କ ଚରିତ୍ର କରିଥିଲେ ଅଭିନେତା ପ୍ରଣୀତ ଭଟ୍ଟ।

ବି.ଆର ଚୋପ୍ରାଙ୍କ ମହାଭାରତ ପରେ ୨୦୧୩ରେ ଆସିଥିବା ସିଦ୍ଧାର୍ଥ କୁମାର ତିୱାରୀଙ୍କ ମହାଭାରତ ଲୋକଙ୍କ ହୃଦୟ ଜିତିଥିଲା। ଲକଡାଉନରେ ଏହା ପୁଣି ଥରେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଛି। ଏହି ସିରିଏଲ ପ୍ରସାରଣ ହେବା ପରେ କୌରବ, ପାଣ୍ଡବ ଏବଂ ଦ୍ରୌପଦୀଙ୍କ ବ୍ୟତୀତ ଏହି ସୋ’ର ଅନ୍ୟ ଜଣେ କଳାକାର ଖୁବ୍‌ ଚର୍ଚ୍ଚାରେ ଥିଲା। ସେ ହେଲେ ସିରିଏଲର ସକୁନି ମାମା। ଏହି ଚରିତ୍ରରେ ଅଭିନୟ କରିଥିଲେ ଟିଭି ଅଭିନେତା ପ୍ରଣୀତ ଭଟ୍ଟ।

ପ୍ରଣୀତ ଇଞ୍ଜିନିୟରିଂ ପଢ଼ିଛନ୍ତି।  ସେ ଏକ ସଫ୍ଟୱେର୍ କମ୍ପାନିରେ ଚାକିରି ମଧ୍ୟ କରୁଥିଲେ। ଅଭିନୟ ପ୍ରତି ତାଙ୍କ ଭଲ ପାଇବା ଯୋଗୁଁ ସେ ଚାକିରି ଛାଡି ଅଭିନୟ ଏବଂ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ।

୨୦୦୨ରେ ପ୍ରଣୀତ ମୁମ୍ବାଇକୁ ଆସିଥିଲେ। ଏହା ପରେ ସେ ମଡେଲିଂ ଆରମ୍ଭ କଲେ। ୨୦୦୪ରେ ସେ ଟିଭି ସୋ ‘କିତ୍‌ନି ମସ୍ତ ହୈ ଜିନ୍ଦେଗୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।  ଏହା ପରେ ଓ୍ୱେ କାଜଲ, ଗୀତ୍, ମହାଭାରତ, ବିଗ୍ ବସ୍ , ରଜିଆ ସୁଲତାନ୍, ତ୍ରିଦେବିଆଁ,  ପୋରସ୍, ମେରୀ ହାନିକାର ବିୱି, ଆଲାଉଦ୍ଦିନ ଭଳି ସୋ’ରେ ଅଭିନୟ କରିଥିଲେ।

ପ୍ରଣୀତ ଏହିପରି ଅନେକ ଟିଭି ସୋ କରିଥିଲେ, କିନ୍ତୁ ସକୁନିଙ୍କ ଭୂମିକା ତାଙ୍କୁ ପରିଚୟ ଦେଇଥିଲା। ତାଙ୍କ କ୍ୟାରିୟର ପାଇଁ ଏହି ଚରିତ୍ର ଗେମ୍‌ ଚେଞ୍ଜର ପ୍ରମାଣିତ ହୋଇଥିଲା। ମହାଭାରତରେ ଲୋକପ୍ରିୟ ହେବା ପରେ ସେ  ବିଗ୍‌ ବସ୍ ୮ରେ ଭାଗ ନେଇଥିଲେ।

The post ଇଞ୍ଜିନିୟରରୁ ଅଭିନେତା – ଜାଣନ୍ତୁ ମହାଭାରତର ସକୁନିଙ୍କ ସଫର୍‌ appeared first on OdishaLIVE.


Viewing all articles
Browse latest Browse all 11715

Trending Articles