ଓଡ଼ିଶାଲାଇଭ୍ ବ୍ୟୁରୋ
ସୂର୍ଯ୍ୟମନ୍ଦିର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଅର୍ଜନ କରିଥିବା କୋଣାର୍କ ସହର ହେବ ସୌରଚାଳିତ। କୋଣାର୍କ ସୂର୍ଯ୍ୟମନ୍ଦିର ସହ ପୂରା ସହରକୁ ଶତ ପ୍ରତିଶତ ସୌରଚାଳିତ କରିବାକୁ ଯୋଜନା କରିଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଏହି କାର୍ଯ୍ୟ କରିବ। ଏଥିପାଇଁ ମୋଟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
କୋଣାର୍କ ସୂର୍ଯ୍ୟମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଲକ୍ଷ୍ୟ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଫଳରେ ପ୍ରାଚୀନ ସୂର୍ଯ୍ୟମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏକ ସମ୍ୱନୟ ଘଟିବ ବୋଲି କୁହାଯାଇଛି।
ଏହି ଯୋଜନାରେ ୧୦ ମେଗାୱାଟ ସଂଯୁକ୍ତ ସୌର ପ୍ରକଳ୍ପ ଓ ବିଭିନ୍ନ ଅଫ୍ ଗ୍ରୀଡ୍ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦି ସ୍ଥାପନ କରାଯିବ। ତେବେ ଏହି ପ୍ରକଳ୍ପ କେବେ ଶେଷ ହେବ ସେନେଇ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ।
The post କୋଣାର୍କ ହେବ ସୂର୍ଯ୍ୟନଗରୀ, ପୂରା ସହର ହେବ ସୌରଚାଳିତ appeared first on OdishaLIVE.