ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ଯୋଗୁଁ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବର୍ଷିୟ ବ୍ୟକ୍ତି। ଆଜି ଜଣକୁ ମିଶାଇ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।
ଏହାସହ ଆଜି ୭୪ ଜଣ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ମାଲକାନଗିରିରୁ ପ୍ରଥମ ଥର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୭୪ ମଧ୍ୟରୁ ୭୨ କ୍ଵାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୨ ଜଣ ଲୋକାଲ୍ର ବୋଲି ଜଣାପଡ଼ିଛି।
ସେହିପରି ବୌଦ୍ଧରୁ ସର୍ବାଧିକ ୨୮, ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମ ଓ ଯାଜପୁରରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨ ଜଣ, ବାଲେଶ୍ଵର, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଏହାସହ ବର୍ତ୍ତମାନ ରାଜ୍ୟରେ ୧,୦୫୨ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା। ସେହିପରି ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୯ ଜଣ ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି।
The post କରୋନାରେ ଗଲା ଆଉ ଜଣଙ୍କ ଜୀବନ – ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ appeared first on OdishaLIVE.