Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅମ୍ପନ ଅପ୍‌ଡେଟ୍ – ସକାଳ ୧୦ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

amphan updateଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ପନ।
  • ଆଜି ଅପରାହଣ ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ନିକଟରେ କରିବ ଲ୍ୟାଣ୍ଡଫଲ୍।
  • ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିବ।
  • ଲ୍ୟାଣ୍ଡଫଲ୍ ପରେ କୋଲାକାତ ପାଖରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିବ।
  • ଦୀଘାଠାରୁ ୨୪୦ କିଲୋମିଟର ଏବଂ ବାଂଲାଦେଶଠାରୁ ୩୯୫ କିମି ଦୂରରେ ବାତ୍ୟା।
  • ଘଣ୍ଟାକୁ ୧୪ କିଲୋମିଟର ବେଗରେ ଗତି କରୁଛି ଅମ୍ପନ।
  • ଏପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
  • ଅମ୍ପନ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା, ପବନ।
  • ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର।
  • ପାରାଦୀପରେ ବର୍ତ୍ତମାନସୁଦ୍ଧା ସର୍ବାଧିକ ବର୍ଷା, ପବନ ରେକର୍ଡ।

  • ପାରାଦୀପରେ ୧୯୬ ମିଲିମିଟର ବର୍ଷା, ୧୧୦ କିଲୋମିଟର ବେଗରେ ବହୁଛି ପବନ।
  • ଭୁବନେଶ୍ୱରରେ ୪୫ରୁ ୫୬ କିଲୋମିଟର ବେଗରେ ବହୁଛି ପବନ।
  • ଅମ୍ପନ ପ୍ରଭାବରେ ଭୁବନେଶ୍ୱରରେ ରାତି ସାରା ବର୍ଷା ଜାରି।
  • ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ରାତି ୩ଟା ପରଠରୁ ବର୍ଷା, ପବନ।
  • ବାଲେଶ୍ୱର ଉଦୟପୁର ପାଖ ସମୁଦ୍ରରେ ଆସିଲା ଉଚ୍ଚ ଜୁଆର, ଲୋକେ ଛାନିଆ।
  • ପାରାଦୀପ ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ।
  • ସମୁଦ୍ର ଅଶାନ୍ତ, ମତ୍ସଜୀବୀଙ୍କୁ ସମୁଦ୍ର ମନା।
  • ଉପକୂଳ ଓଡ଼ିଶାରେ ଦିନ ୧ଟା ଯାଏଁ ଲାଗି ରହିବ ବର୍ଷା ପବନ।
  • ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ଅମ୍ପନ।

The post ଅମ୍ପନ ଅପ୍‌ଡେଟ୍ – ସକାଳ ୧୦ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles