Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ମହାବାତ୍ୟା ଅମ୍ପନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିବ ଅମ୍ପନ
  • ପାରାଦୀପଠାରୁ ୭୭୦ କିଲୋମିଟର ଦୂରରେ ଅମ୍ପନ
  • ବଙ୍ଗୋପସାଗରରେ ଅମ୍ପନ ହେଉଛି ଦ୍ୱିତୀୟ ମହାବାତ୍ୟା
  • ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ ରହିବ
  • ଆଜିଠୁ ଉତ୍ତର ଉପକୂଳରେ ବହିବ ପବନ

ମହାବାତ୍ୟା ଅମ୍ପନ ବାଂଲାଦେଶ ଓ ପଶ୍ଚିମବଙ୍ଗ ମଝିରେ ଥିବା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତୀଆ ମଝିରେ ସୁନ୍ଦରବନ ପାଖରେ ମହାବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ। ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍‌ଣ କିମ୍ବା ସନ୍ଧ୍ୟାରେ ମହାବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଅତି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଛୁଇଁବ ମହାବାତ୍ୟା ଅମ୍ପନ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୬୫ରୁ ୧୭୫ କିଲୋମିଟର ରହିବ। ଆଜି ରାତିରୁ ଉତ୍ତର ଉପକୂଳରେ ବର୍ଷା ପବନ ଆରମ୍ଭ ହୋଇପାରେ। ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ୬ ମିଟର ଜୁଆର ଉଠିପାରେ।

ଏହାର ପ୍ରଭାବରେ ପଶ୍ଚିମବଙ୍ଗର ୨୪ ପ୍ରଗଣା, ମେଦିନା, ହୁଗୁଳି, ହାୱଡା ଅଧିକ ପ୍ରଭାବିତ ହେବ। ବାତ୍ୟା ପ୍ରଭାବରେ କଚ୍ଚା ଘର ଭାଙ୍ଗିଯିବ। ଓଡ଼ିଶାର ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ। ସମୁଦ୍ରରୁ ସ୍ଥଳଭାଗକୁ ଆସିବା ପରେ ଅମ୍ପନ ଧିରେ ଧିରେ ଦୁର୍ବଳ ହେବ।

ଅମ୍ପନ ମହାବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ। ପୁରୀରେ କମ୍‌ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଉଛି। ଗୋପାଳପୁରରେ ଘଣ୍ଟାକୁ ୪୦ରୁ ୪୫ କିଲୋମିଟର ବେଗରେ ପବନ ବହିବ।

ବଙ୍ଗୋପସାଗରରେ ଅମ୍ପନ ହେଉଛି ଦ୍ୱିତୀୟ ମହାବାତ୍ୟା। ୧୯୯୯ ମସିହାରେ ହୋଇଥିଲା ପ୍ରଥମ ମହାବାତ୍ୟା। ବର୍ତ୍ତମାନ ବାତ୍ୟା ଅମ୍ପନ ପାରାଦୀପଠାରୁ ୭୭୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୪ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ମହାବାତ୍ୟା।

The post ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ମହାବାତ୍ୟା ଅମ୍ପନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles