Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ପୁଣି ୨୦ ପଜିଟିଭ୍‌ ଚିହ୍ନଟ –ସବୁ ଜଗତସିଂହପୁରର

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର। ଏହାସହ ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ସକାଳେ ୫ ଆକ୍ରାନ୍ତ ସୁସ୍ଥ ହେବାପରେ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ ହୋଇଥିଲା। ହେଲେ ଏବେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ନାଉଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର। ସମସ୍ତେ କୋଲକାତା ଫେରନ୍ତା। କୋଲକାତାରୁ ଫେରି ସମସ୍ତେ କ୍ଵାରେଣ୍ଟିନ୍‌ରେ ଥିଲେ। କାହା ସଂସ୍ପର୍ଶରେ ଆସିନଥିବାରୁ କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହାସହ ବର୍ତ୍ତମାନ ରାଜ୍ୟରେ ୮୯୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୧୫ ଜଣ ସକ୍ରିୟ ରହିଥିବା ବେଳେ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।

The post ରାଜ୍ୟରେ ପୁଣି ୨୦ ପଜିଟିଭ୍‌ ଚିହ୍ନଟ – ସବୁ ଜଗତସିଂହପୁରର appeared first on OdishaLIVE.


Viewing all articles
Browse latest Browse all 11715

Trending Articles