ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ ଯୋଗୁଁ ମାଟ୍ରିକ ଓ ଯୁକ୍ତ ଦୁଇ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ମେ’ ୨୦ ତାରିଖ ପରିବର୍ତ୍ତେ ୨୧ରୁ ମାଟ୍ରିକ ଖାତା ଦେଖାଯିବ। ଘରଠୁ ୧୦ କିଲୋମିଟର ଭିତରେ ଖାତା ଦେଖିବେ ଶିକ୍ଷକ। ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସେହିପରି ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା ୧ରୁ ୧୫ ମଧ୍ୟରେ ଶେଷ ହେବ। ଶେଷ ହୋଇଯାଇଥିବା ପରୀକ୍ଷାର ଖାତା ଦେଖା ଜୁନ୍ ୧ରୁ ଆରମ୍ଭ ହେବ। ବୈଠକ ଶେଷ ପରେ ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ସାମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଅମ୍ପନ ଓଡ଼ିଶାରେ ଲ୍ୟାଣ୍ଡଫଲ୍ ନକଲେ ମଧ୍ୟ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡ଼ିବ। ସେଥିପାଇଁ ୧୯ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
The post ଅମ୍ପନ ପାଇଁ ଦିନେ ଘୁଞ୍ଚିଲା ମାଟ୍ରିକ ଖାତାଦେଖା appeared first on OdishaLIVE.