Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଭାରତର ସାହାଯ୍ୟ ହନୁମାନଙ୍କ ସଞ୍ଜୀବନୀ ସହ ସମାନ’–ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲସୋନାରୋ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ଵରେ କରୋନା ଭାଇରସ କାୟା ବିସ୍ତାର କରିଛି। ଏଭଳି ସ୍ଥିତିରେ ଭାରତ ପକ୍ଷରୁ କରୋନା ସଂକ୍ରମିତ ଦେଶଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି। ବ୍ରାଜିଲ୍‌କୁ ଭାରତ ପକ୍ଷରୁ ହାଇଡ୍ରୋକ୍ଲୋରକୁଇନ୍ ଔଷଧ ଯୋଗାଇ ଦିଆଯାଇଥିଲା। ଭାରତର ସାହାଯ୍ୟକୁ ରାମାୟଣରେ ହନୁମାନଙ୍କ ସହ ସଞ୍ଜୀବନୀ ସହ ତୁଳନା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲସୋନାରୋ।

ଗତ ମଙ୍ଗଳବାର ଭାରତ ପକ୍ଷରୁ କରୋନା ସଂକ୍ରମିତ ଦେଶଗୁଡ଼ିକୁ ସମସ୍ତ ପ୍ରକାର ସହାୟାତ ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା। ଏନେଇ ଭାରତର ପ୍ରଂଶସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବ୍ରାଜିଲ ରାଷ୍ଟ୍ରପତି। ଏହି ଚିଠିରେ ବ୍ରାଜିଲ ଓ ଭାରତର ବନ୍ଧୁତା ସମ୍ପର୍କରେ ଲେଖିଛନ୍ତି ବ୍ରାଜିଲ ରାଷ୍ଟ୍ରପତି। ଏହାସହ ଲେଖିଛନ୍ତି ଯେ, ଯେଉଁଭଳି ଭାବରେ ରାମାୟଣରେ ଭଗବାନ ହନୁମାନ ପ୍ରଭୁ ଶ୍ରୀରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀ ଆଣି ଦେଇଥିଲେ। ସେହିପରି ଏଭଳି ସଙ୍କଟ ସମୟରେ ଭାରତ ହନୁମାନ ରୂପ ନେଇ ବ୍ରାଜିଲର ସାହାଯ୍ୟ କରିଛି।

ଆମେରିକା ପରେ ଭାରତ ବ୍ରାଜିଲକୁ ମଧ୍ୟ ହାଇଡ୍ରୋକ୍ଲୋରକୁଇନ ଔଷଧ ଯୋଗାଇ ଦେଇଛି। ଏହାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତି ଭାରତର ପ୍ରଂଶସା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

corona

ବର୍ତ୍ତମାନ ବ୍ରାଜିଲର ଦୁଇଟି ଲ୍ୟାବ୍‌ରେ କରୋନା ପାଇଁ ଔଷଧ ପ୍ରସ୍ତୁତି ଚାଲିଛି। ଏଥିପାଇଁ ବ୍ରାଜିଲକୁ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରୋକ୍ଲୋରକୁଇନ ଔଷଧର ଆବଶ୍ୟକତା ରହିଛି। ଭାରତରେ ଅଧିକ ମ୍ୟାଲେରିଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥାନ୍ତି। ଏଥିପାଇଁ ଭାରତ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରୋକ୍ଲୋରକୁଇନ ମହଜୁଦ ରହିଛି।

The post ‘ଭାରତର ସାହାଯ୍ୟ ହନୁମାନଙ୍କ ସଞ୍ଜୀବନୀ ସହ ସମାନ’ – ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲସୋନାରୋ appeared first on OdishaLIVE.


Viewing all articles
Browse latest Browse all 11715

Trending Articles