Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଘରେ କେମିତି ରହିବେ ଫିଜିକାଲ୍ ଫିଟ୍ –ଆପଣାନ୍ତୁ WHOର ଟିପ୍ସ

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ୨୧ ଦିନରେ ସମସ୍ତ ପାର୍କ, ଜିମ୍‌କୁ ବନ୍ଦ କରିଦିଆଯାଇଛି। ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ଓ ସୁସ୍ଥ ରଖିବେ ସନେଇ ଅନେକ ଚିନ୍ତାରେ ଥିବେ ନିଶ୍ଚୟ। ତେବେ ଟେନସନ ନିଅନ୍ତୁ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ପରାମର୍ଶ ଜାରି କରିଛି।

ଯେତେବେଳେ ଆପଣ ଘରେ ରହି କିଛି କାମ କରୁଛନ୍ତି ତେବେ ପ୍ରତି ୩୦ ମିନିଟରେ କିଛି ସମୟ ପାଇଁ ବ୍ରେକ ନିଅନ୍ତୁ।


ଘର ପାହାଚରେ ତଳ ଉପର ହୁଅନ୍ତୁ

ଲକଡାଉନ ପାଇଁ ଆପଣ  ଏବେ ମର୍ଣ୍ଣିଂ ଓ୍ୱାକ କରିପାରୁ ନାହାନ୍ତି ବା ଜିମ୍‌ ଯାଇପାରୁ ନାହାନ୍ତି ତେବେ ଘରେ ପାହାଚରେ ତଳ ଉପର ହୁଅନ୍ତୁ। ପାହାଚରେ ତଳ ଉପର ହେବା ଏକ ପ୍ରକାର ଶାରୀରିକ ବ୍ୟାୟାମ। ଏହାଦ୍ୱାରା ଆପଣ ବିନା ଜିମ୍‌ରେ ନିଜକୁ ଆକ୍ଟିଭ୍‌ ଅନୁଭବ କରିବେ।

ଷ୍ଟ୍ରେଚିଂ ବ୍ୟାୟାମ କରନ୍ତୁ

ଷ୍ଟ୍ରେଚିଂ ବ୍ୟାୟାମ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ହାଇ ବ୍ଲଡପ୍ରେସର ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଡ୍ୟାନ୍ସ କରନ୍ତୁ

ଡ୍ୟାନ୍ସ କରିବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଏହା ଶରୀର ପାଇଁ ମଧ୍ୟ ଭଲ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହେବା ସହ ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏହା ବ୍ୟତୀତ ଆପଣ ନୂଆ କିଛି ଶିଖିବା ପାଇଁ ବା ଜଣିବା ପାଇଁ ଅନଲାଇନ୍‌ ସୋର୍ସର ସାହାଯ୍ୟ ନେଇପାରିବେ।

The post ଘରେ କେମିତି ରହିବେ ଫିଜିକାଲ୍ ଫିଟ୍ – ଆପଣାନ୍ତୁ WHOର ଟିପ୍ସ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images