Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁବନେଶ୍ୱରରେ ଆଉ ଦୁଇ କରୋନା ରୋଗୀ, ଆକ୍ରାନ୍ତ ସଂଖ୍ୟା ୨୩ ଛୁଇଁଲା

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ଦୁଇ କରୋନା ରୋଗୀ। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-୨ ଅଞ୍ଚଳରେ ରହୁଥିବା ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେ ମାର୍ଚ୍ଚ ୨୨ ତାରିଖରେ ଅଷ୍ଟ୍ରେଲିଆରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ବର୍ତ୍ତମାନ ସେ କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।

ସେହିଭଳି ଭୁବନେଶ୍ୱରର ଆଉ ଜଣେ ୨୯ ଜଣ ଯୁବକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେ ବମିଖାଲ ଅଞ୍ଚଳରେ ବସବାସ କରୁଥିଲେ ଓ ଏପର୍ଯ୍ୟନ୍ତ ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। କେବଳ ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ଏହା ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଅନ୍ୟମାନେ ଏବେ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ, କଟକ, ପୁରୀ, ଯାଜପୁର, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

The post ଭୁବନେଶ୍ୱରରେ ଆଉ ଦୁଇ କରୋନା ରୋଗୀ, ଆକ୍ରାନ୍ତ ସଂଖ୍ୟା ୨୩ ଛୁଇଁଲା appeared first on OdishaLIVE.


Viewing all articles
Browse latest Browse all 11715

Trending Articles