Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅମୃତଭଣ୍ଡା ଖାଆନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମୃତଭଣ୍ଡାରେ ଅନେକ ଗୁଣକାରୀ ପୋଷକ ତତ୍ତ୍ଵ ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। କଞ୍ଚା ଅମୃତଭଣ୍ଡା ଓ ପାଚିଲା ଅମୃତଭଣ୍ଡା ଉଭୟ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ତେବେ ଅନେକ ଉପାୟରେ ପାଚିଲା ଅମୃତଭଣ୍ଡାର ବ୍ୟବହାର କରାଯାଇଥାଏ। ପାଚିଲା ଅମୃତଭଣ୍ଡାରେ ଭିଟାମିନ ଏ ଓ ବି ର ମାତ୍ରା ଭରପୂର ରହିଥାଏ।

ଜାଣନ୍ତୁ କେଉଁ ସମସ୍ୟା ଦୂର କରିଥାଏ ଅମୃତଭଣ୍ଡା…

ସାଧାରଣତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। କୌଣସି ରୋଗ ସହ ଲଢ଼ିବାର କ୍ଷମତା ହ୍ରାସ ପାଇଥିାଏ। ଫଳରେ କୌଣସି ରୋଗ ହେଲେ ତାହା ସହଜେ ଭଲ ହୋଇନଥାଏ। ଏଭଳି ସମସ୍ୟା ଦୂର କରିଥାଏ ଅମୃତଭଣ୍ଡା। ଅମୃତଭଣ୍ଡା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏଥରେ ଭିଟାମିନ ସି ଥାଏ। ଏହା ରୋଗରୁ ରକ୍ଷା କରିଥାଏ।

-ଆହୁରି ଅନେକ କ୍ଷେତ୍ରରେ ବି ଅମୃତଭଣ୍ଡାର ପ୍ରୟୋଗ କରାଯାଇ ପାରିବ। ତ୍ୱଚାର ଯତ୍ନ ପାଇଁ ବି ଏହାର ବ୍ୟବହାର କରାଯାଇ ପାରିବ। ତ୍ୱଚାରେ ଏହାର ପ୍ରୟୋଗ କରାଗଲେ ତ୍ୱଚାରେ ଚମକ ଆସିଥାଏ।

–  ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ବେଶ୍ ଲାଭପ୍ରଦ। ଏଥିରେ ସୁଗାର ଅଂଶ କମ୍ ଥାଏ। ଡାଇବେଟିସ୍‌ ରୋଗୀ ଅମୃତଭଣ୍ଡା ଖାଇପାରିବେ।

– ସର୍ଭେ ରୁ ଜଣାପଡ଼ିଛି ଯେ ଅମୃତଭଣ୍ଡା ବ୍ୟକ୍ତିଙ୍କୁ ମାନସିକ ଚିନ୍ତାରୁ ମୁକ୍ତି କରିଥାଏ।

– ଏହା ଓଜନ କମାଇବାରେ ସହାୟକ ହୋଇଥାଏ।

The post ଅମୃତଭଣ୍ଡା ଖାଆନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles