Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାରେ ହେବ ସବୁଠୁ ବଡ଼ କରୋନା ହସ୍ପିଟାଲ୍

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗୁରୁବାର ଲୋକସେବା ଭବନରେ ଏନେଇ ଦୁଇଟି ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏଥିରେ ସମରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୫୦୦ ଶଯ୍ୟା ଓ ୨୦ଟି ଆଇସିୟୁ ଏବଂ କିମ୍ସରେ ୪୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ୱାର୍ଡ ସ୍ଥାପନ ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ଏହି ହସ୍ପିଟାଲ ଗଠନ ହେବା ପରେ ଏହା ଦେଶର ସର୍ବବୃହତ କରୋନା ହସ୍ପିଟାଲ୍ ହେବ ବୋଲି କୁହାଯାଇଛି। ଏହାପୂର୍ବରୁ ଭାରତରେ ଏତେ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ୍ ନିର୍ମାଣ ହୋଇନାହିଁ। ଚୁକ୍ତିନାମା ସ୍ୱାକ୍ଷର ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅଂଶୀଦାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ଓଡ଼ିଶାରେ ହେବ ସବୁଠୁ ବଡ଼ କରୋନା ହସ୍ପିଟାଲ୍ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images