ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାର ମହଲତ ଦେଲେ ରାଜ୍ୟ ସରକାର। ଶୀଘ୍ର ବଦଳି ହୋଇଥିବା ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ। ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି।
କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର। ସାରା ଓଡ଼ିଶାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର। ଏହାସହ ବାହାରକୁ ନବାହାରିବାକୁ ଲୋକମାନଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି। ଜରୁରୀ କାମକୁ ଛାଡ଼ିଦେଲେ ଅନ୍ୟ କାହାରିକୁ ବାହାରକୁ ଛଡ଼ା ଯାଉନାହିଁ।
ବର୍ତ୍ତମାନ ଓଡ଼ିଶାରେ ୧୧୦ ସାମ୍ପଲ ରିପୋର୍ଟ ଆସିଛି। ଯେଉଁଥିରେ ୨ଟି ନମୁନା ପଜିଟିଭ ଆସିଛି। ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୭ ଜଣ ଆସିଛନ୍ତି ସରକାରଙ୍କ ପାଖରେ ସେମାନଙ୍କର ତଥ୍ୟ ରହିଛି ବୋଲି କହିଛନ୍ତି ସୁବ୍ରତ ବାଗ୍ଚି।
କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍ଡାଉନ୍କୁ ଠିକ୍ ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗ୍ଚି। ବାହାରେ ନବୁଲିବା ସହ ଘରେ ରହିବାକୁ ଲୋକଙ୍କୁ କହିଛନ୍ତି।
The post ତାଗିଦ କଲେ ସରକାର – ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାରେ କାମରେ ଯୋଗ ଦିଅନ୍ତୁ appeared first on OdishaLIVE.