Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଲକ୍‌ଡାଉନ ନିୟମ ଭାଙ୍ଗି ଖୋର୍ଦ୍ଧାରେ ସିଜ୍ ହେଲା ୩୬ ଗାଡ଼ି

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ କରି ଖୋର୍ଦ୍ଧାରେ ୩୬ଟି ଗାଡ଼ି ସିଜ୍ ହୋଇଛି। ୩ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଲକ୍‌ଡାଉନ ନିୟମ ଲାଗୁ ହୋଇଥିଲେ ସୁଦ୍ଧା କେତେକ ଲୋକେ ବାରମ୍ବାର ଏହି ନୟମକୁ ଉଲ୍ଲଙ୍ଘନ କରି ଆସୁଥିଲେ। ଫଳରେ ଆଜି ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ।

ସିଜ୍ ହୋଇଥିବା ୩୬ଟି ଗାଡ଼ି ମଧ୍ୟରେ ୩୧ଟି ଦୁଇ ଚକିଆ ଗାଡ଼ି ରହିଥିବା ବେଳେ ୫ଟି ୪ଚକିଆ ଗାଡ଼ି ରହିଛି। ଏନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ସୂଚନା ଦେଇଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ୩ଦିନ ପୁର୍ବରୁ ୫ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଥିଲେ ରାଜ୍ୟସରକାର। ଲକ୍‌ଡାଉନ ନିୟମକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୨୯ତାରିଖ ଯାଏଁ ଏହା ବଳବତ୍ତର ରହିବ। ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

The post ଲକ୍‌ଡାଉନ ନିୟମ ଭାଙ୍ଗି ଖୋର୍ଦ୍ଧାରେ ସିଜ୍ ହେଲା ୩୬ ଗାଡ଼ି appeared first on OdishaLIVE.


Viewing all articles
Browse latest Browse all 11715

Trending Articles