ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି ଫାଲକନ୍ ଗ୍ରୁପର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ। ଏଭଳି ପରିସ୍ଥିତିରେ ସମସ୍ତ ଶିଳ୍ପପତିମାନଙ୍କୁ କରୋନା ପାଇଁ ଦାନ କରିବାକୁ ସେ ନିବେଦନ କରିଛନ୍ତି।
ଫାଲକନ୍ ଗ୍ରୁପ୍ର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ଭାଇରସ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଏଭଳି ପରିସ୍ଥିତରେ ରାଜ୍ୟର ଜଣେ ଅଗ୍ରଣୀ ଶିଳ୍ପପତି ଭାବରେ ମୁ ନିଜର କର୍ତ୍ତବ୍ୟ କରିଛି।
କରୋନା ମୁକାବିଲା ପାଇଁ ଗତ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୩ମାସର ଦରମା ଦାନ କରିଥିଲେ। ଏହାସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଜନ ସାଧାରଣଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ଦାନ କରିବାକୁ ନିବେଦନ କରିଥିଲେ।
ଭାରତରେ ଦିନକୁ ଦିନ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି। କରୋନା ଭାଇରସଠାରୁ ରକ୍ଷାପାଇବା ପାଇଁ ବାରମ୍ବାର ସାମଜିକ ଦୂରତା ରକ୍ଷା କରିବାକୁ ନିବେଦନ କରାଯାଉଛି। ଏଥପାଇଁ ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ରାଜ୍ୟକୁ ଲକ୍ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।
The post କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ appeared first on OdishaLIVE.