Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ମୁକାବିଲା ପାଇଁ ଦରମା ଦାନ କଲେ ମନ୍ତ୍ରୀ ଓ ବିଧାୟକ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର ମୁକାବିଲା ପାଇଁ ୩ମାସର ଦରମା ଦାନ କରିଛନ୍ତି ମନ୍ତ୍ରୀ ଓ ବିଧାୟକ। ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜେନ୍ଦ୍ର ସାହୁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେମାନଙ୍କ ୩ମାସର ଦରମା ଦାନ କରିଛନ୍ତି।

ଏହାସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ମଧ୍ୟ ୩ଲକ୍ଷ ଟଙ୍କା ସହାୟତା ରାଶି ଦାନ କରାଯାଇଛି।

ଗତ ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ମାସର ଦରମା ଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଜନ ସାଧାରଣଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ଦାନ କରିବାକୁ ନିବେଦନ କରିଥିଲେ।

ଏହାଛଡ଼ା କରୋନା ମୁକାବିଲା କରିବା ପାଇଁ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଦଳୀୟ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ଆହ୍ଵାନ କରିଥିଲେ।

ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୨୯ ତାରିଖ ଯାଏଁ ଏହା ବଳବତ୍ତର ରହିବ। ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ଲକ୍‌ଡାଉନ ଘୋଷଣା କରାଯାଇଛି।

The post କରୋନା ମୁକାବିଲା ପାଇଁ ଦରମା ଦାନ କଲେ ମନ୍ତ୍ରୀ ଓ ବିଧାୟକ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images